Odisha news

ରାଜ୍ୟ ସମ୍ପାଦକ (ପରିବେଶ) କାମାକ୍ଷାନଗରର ତପନ କୁମାର ଦାସଙ୍କୁ ମନୋନତୀ କଲେ ମୁଖ୍ୟମନ୍ତ୍ରୀ କାମାକ୍ଷାନଗର

0

ଯାଜପୁର: ୨୧/୦୮:  ବିଜୁ ଜନତା ଦଳର ସଦ୍ୟ ପ୍ରକାଶିତ ରାଜ୍ୟ କମିଟିରେ ରାଜ୍ୟ ସମ୍ପାଦକ (ପରିବେଶ) ପଦରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଯୁବନେତା ତପନ କୁମାର ଦାସଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ । ଆଜି ଏହା ପ୍ରେସ୍ ରିଳିଜ ମାଧ୍ୟମରେ ଜଣାଇଛନ୍ତି ଗଣମାଧ୍ୟମର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ଶ୍ରୀ ଦାସ ପୂର୍ବରୁ ସେ ରାଜ୍ୟ କମିଟିରେ ସମ୍ପାଦକ ପଦବୀରେ ଥିଲେ । ଦୀର୍ଘ ଦିନଧରି କାମାକ୍ଷାନଗର ଓ ଭୁବନ ଅଂଚଳ ଯୁବଛାତ୍ର ସଂଗଠନ ଓ ରାଜ୍ୟ ସଙ୍ଗଠନରେ କାମ କରୁଥିଲେ । ଏହାକୁ ପାଥେୟ କରି ପୁନର୍ବାର ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି ।

ଏଥିପାଇଁ କାମାକ୍ଷାନଗର ଆଉ ଭୁବନରେ ଯୁବବର୍ଗ ମହଲରେ ଖୁସିର ମାହୋଲ ଖେଳିଯାଇଛି । ଶ୍ରୀ ଦାସ ଏଥିପାଇଁ ଦଳ ସୁପି୍ରମୋ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗକୁ ଯାହାକିଛି ଦାଇତ୍ୱ ମିଳିବ ତାକୁ ସୂ·ରୁ ରୂପେ କରିବେ ବୋଲି ତପନ କହିଛନ୍ତି । ତପନ ଦାସ ହେଉଛନ୍ତି ଯାଜପୁର ଜିଲ୍ଲାପାଳଙ୍କ ସାନ ଭାଇ ଏଖବର ପ୍ରକାଶିତ ହେବାପରେ ଯାଜପୁରରେ ଖୁସିର ଲହରୀ ଖେଳିଯାଇଛି ।

ଯାଜପୁର ଜିଲ୍ଲା ପକ୍ଷରୁ ଅଶୋକ ଦାସ ଫାଉଣ୍ଡେସନର ସଭାପତି ସବ୍ୟସାଚୀ ମହାପାତ୍ର, ଉକ୍ରଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ, ସାଧାରଣ ସମ୍ପାଦକ ରବି ନାରାୟଣ କର, ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ଉପସଭାପତି ପୀତବାସ ଭୂଇଁଆ, ବା‚ାନିଧି ସାହୁ, ପି୍ରୟରଞ୍ଜନ କର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଭିମନୁ୍ୟ ମିଶ୍ର, ପ୍ରଭୁଦତ୍ତ ମହାନ୍ତିଙ୍କୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply