ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ତାରିଖର ଖୁବ ମହତ୍ୱ ରହିଛି : ୩ ମୁଲ୍ୟାଙ୍କ ବ୍ୟକ୍ତି ମାନେ କଠିନ ପରିଶ୍ରମ ଦ୍ୱାରା ହୋଇ ଥାଆନ୍ତି ଧନଵାନ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ବ୍ୟକ୍ତିର ଜନ୍ମ ତାରିଖ ତାର ଭାଗ୍ୟ ଉପରେ ନିର୍ଭର କରିଥାଏ l ଅଙ୍କ ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ତାରିଖର ଖୁବ ମହତ୍ୱ ରହିଛି l ଯେଉଁ ବ୍ୟକ୍ତିମାନେ ୩ ,୧୨ ,୨୧ ,୩୦ ତାରିଖରେ ଜନ୍ମ ହୋଇ ଥାଆନ୍ତି ,ସେମାନଙ୍କ ମୁଲ୍ୟାଙ୍କ ୩ ହୋଇଥାଏ l ଏହି ମୁଲ୍ୟାଙ୍କ ର ସ୍ୱାମୀ ସମସ୍ତ ଗ୍ରହର ଗୁରୁ ବୃହସ୍ପତି ଅଟନ୍ତି l ୩ ନମ୍ବରୀଆ ବ୍ୟକ୍ତିମାନେ ପ୍ରତିଭାବାନ ହୋଇ ଥାଆନ୍ତି l
ଏମାନେ ସ୍ୱଭାବରେ ସ୍ୱାଭିମାନୀ ଅଟନ୍ତି l ମୁଲ୍ୟାଙ୍କ ୩ ଥିବା ବ୍ୟକ୍ତି ଯେ କୌଣସି କାର୍ଯ୍ୟରେ ଥରେ ଲାଗିଗଲେ ,ତେବେ ତାକୁ କରିକି ଛାଡ଼ନ୍ତି l ସେମାନେ ସମସ୍ତ କାର୍ଯ୍ୟକୁ ଖୁବ ଶୀଘ୍ର ଶିଖନ୍ତି l କିଏ ଯଦି ଏହି ମୁଲ୍ୟାଙ୍କ ବ୍ୟକ୍ତିଙ୍କ ଜୀବନରେ ହସ୍ତକ୍ଷେପ କରେ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ lନିଜ ପରିଶ୍ରମ ବଳରେ ଜୀବନରେ ଅନେକ ଧନ ରୋଜଗାର କରି ଥାଆନ୍ତି l
ଏମାନେ ସ୍ୱଭାବରେ ସ୍ୱତନ୍ତ୍ରତା ପ୍ରିୟ ,ଶକ୍ତିଶାଳୀ ,ସବୁ ପରିସ୍ଥିତିର କଠୋରତା ସହିତ ମୁକାବିଲା କରନ୍ତି , ମହତ୍ୱାକାଂକ୍ଷୀ ,ଶାନ୍ତି ପ୍ରିୟ ଓ ଶ୍ରମଜୀବୀ ଅଟନ୍ତି l ଏହି ମୁଲ୍ୟାଙ୍କ ବ୍ୟକ୍ତି ନିଜ ଅତୀତ ଓ ବର୍ତମାନ କୁ ନେଇ ନିଜର ଭବିଷ୍ୟତ ତିଆରି କରନ୍ତି l
୩ ମୁଲ୍ୟାଙ୍କ ବ୍ୟକ୍ତି ଧର୍ଯ୍ୟବାନ , ବିଶ୍ୱସନୀୟ ଓ ସବୁ କାର୍ଯ୍ୟରେ ସକ୍ଷମ ଅଟନ୍ତି l ଏମାନଙ୍କର କଳା ପ୍ରତି ଅନେକ ରୁଚି ରହିଥାଏ l ଏମାନେ ବିଭିନ ବିଷୟରେ ଅନେକ ଜ୍ଞାନ ଲାଭ କରିବାକୁ ପସନ୍ଦ କରି ଥାଆନ୍ତି l
ଏହି ମୁଲ୍ୟାଙ୍କ ବ୍ୟକ୍ତି ପରିବାର ପ୍ରତି ଖୁବ ସମ୍ବେଦନଶୀଳ ହୋଇ ଥାଆନ୍ତି l ଯଦି ପ୍ରେମ ସମ୍ବନ୍ଧ ବିଷୟରେ କହିବା ଏମାନଙ୍କ ବୈବାହିକ ଜୀବନ ଖୁବ ସୁଖମୟ ହୋଇଥାଏ l ଏମାନେ ଅଧିକ ମାତ୍ରାରେ ମାତୃ ପ୍ରେମୀ ହୋଇଥାଆନ୍ତି l
Comments are closed.