Odisha news

ଜ୍ୟୋତିଷ ଶାସ୍ତ୍ର ରେ ଏହିସବୁ ଉପାୟ କୁ କରିବା ଦ୍ୱାରା ମିଳିଥାଏ ଋଣ ମୁକ୍ତି ଓ ଲାଭ ହୋଇଥାଏ ଲକ୍ଷ୍ମୀ ଙ୍କ କୃପା

0
ଲୁଣ ଜୀବନ ର ଗୋଟିଏ ଅତି ଆବଶ୍ୟକୀୟ ପଦାର୍ଥ ଅଟେ । କେତେବେଳେ ଲୁଣ କମିଯିବା ଦ୍ଵାରା ଖାଦ୍ୟ ସ୍ଵାଦ ଯୁକ୍ତ ହୋଇ ନଥାଏ ତ ଆଉ କେତେବେଳେ ଲୁଣ ଅଧିକ ହୋଇଯିବା ଦ୍ଵାରା ଖାଦ୍ୟ ର ସ୍ଵାଦ ବିଗିଡି ଯାଇଥାଏ । ଲୁଣ ଆୟୁ ବୃଦ୍ଧି କରିବା ସହ ଆୟୁ ହ୍ରାସ ମଧ୍ୟ କରିଥାଏ । ସେହିଭଳି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୁଦ୍ର ଲୁଣ ବା ବଡ ଗଡା ଲୁଣ ର ବ୍ୟବହାର କରି ମଣିଷ ନିଜ କୁ ଋଣ ମୁକ୍ତ କରି ପାରିବ । ଏହାଛଡା ସମୁଦ୍ର ଲୁଣ କୁ ପ୍ରୟୋଗ କରି ନିଜ ଜୀବନ ରୁ ଅନେକ କଷ୍ଟ ଦୂର କରି ପାରିବେ । ଏହାଛଡା ଲୁଣ ର ପ୍ରୟୋଗ ଦ୍ଵାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଆସନ୍ତୁ ଜାଣିବା ଲୁଣ କେଉଁ କେଉଁ ଅସୁବିଧା ଦୂର କରିଥାଏ ।
* ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣନ୍ତୁ ଏହି ଉପାୟ :-
ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦ ଲାଭ କରିବାକୁ ଇଚ୍ଛା ରଖିଥାଏ । ସେଥି ପାଇଁ ଆପଣ ନିଜ ସିନ୍ଦୁକ୍ ରେ ଗୋଟିଏ ନାଲି ରଙ୍ଗର କପଡ଼ା ରେ କିଛି ଗଡା ଲୁଣ ବାନ୍ଧି ରଖନ୍ତୁ । ଯେତେବେଳେ ଏହି ଲୁଣ ମିଳେଇ ଯିବ ସେଥିରେ ଆଉ କିଛି ଲୁଣ ରଖିଦେବେ , ଏପରି କରିବା ଦ୍ବାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ଓ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
* ଛୋଟ ପିଲାଙ୍କୁ ଖରାପ ଦୃଷ୍ଟି ରୁ ଦୂରେଇ ରଖିଥାଏ ଲୁଣ :-
ଯଦି କୌଣସି ଛୋଟ ପିଲା ବାରମ୍ବାର ଆଖି ଦୃଷ୍ଟିଆ ହେଉଛି ତେବେ ସପ୍ତାହ ରେ ଗୋଟିଏ ଦିନ ଗାଧୁଆ ପାଣି ରେ ସମୁଦ୍ର ଲୁଣ ପକାଇ ଗାଧୋଇ ଦିଅନ୍ତୁ । ଏହାଛଡା ଗୋଟିଏ ଗ୍ଲାସ୍ ରେ ସାମାନ୍ୟ ଲୁଣ ପକାଇ ପିଲାଟି ମୁଣ୍ଡ ଉପରେ ବୁଲାଇ ବାହାରେ ଢାଳି ଦିଅନ୍ତୁ । ଖରାପ ନଜର ରୁ ରକ୍ଷା ପାଇବେ ।
* ପାରିବାରିକ କଳହ ଦୂର କରିବା ପାଇଁ :-
ନକାରାତ୍ମକ ଶକ୍ତି ର ପ୍ରଭାବ ଘରେ ରହିବା ଦ୍ଵାରା ପାରିବାରିକ କଳହ ବୃଦ୍ଧି ହୋଇଥାଏ । ତେଣୁ ନିଜ ଗୃହ ରେ ଲୁଣ ମିଶ୍ରିତ ଜଳ ଛିଞ୍ଚିବା ଆବଶ୍ୟକ । ଯାହା ଜୀବନ କୁ ସୁଖମୟ କରିବ ।
* ରୋଗ ବୈରାଗ ଠାରୁ ଦୂରେଇ ରହିବା ପାଇଁ :-
ନିଜ ବାଥ୍ ରୁମ୍ ରେ ଗୋଟିଏ କାଚ ପାତ୍ରରେ ଏହି ସମୁଦ୍ର ଲୁଣ କିଛି ମାତ୍ରାରେ ଭରି ରଖି ଦିଅନ୍ତୁ । ପ୍ରତି ସପ୍ତାହ ରେ ଏହାକୁ ପରିବର୍ତନ କରୁଥିବେ । ଏହାଦ୍ବାରା ଶରୀର ସୁସ୍ଥ ରହିବ ।
* ଋଣ ମୁକ୍ତି ପାଇଁ ଲୁଣ ର ବ୍ୟବହାର :-
ଋଣ ମୁକ୍ତି ପାଇବା ପାଇଁ ପ୍ରତିଦିନ ଘର ପୋଛିବା ସମୟରେ କିଛି ସମୁଦ୍ର ଲୁଣ ପାଣିରେ ପକାଇ ଘର ପୋଛନ୍ତୁ । ଏହାଦ୍ବାରା ଋଣ ଭାର ହ୍ରାସ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଗୁରୁବାର ଦିନ ଗୋଟିଏ ନାଲି କପଡ଼ା ରେ ଲୁଣ ଓ ଗୁଜୁରାତି କୁ ମିଶାଇ ବାନ୍ଧି ଲକ୍ଷ୍ମୀ ଙ୍କ ନିକଟରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
Nalco
Leave A Reply