Odisha news

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୩ଟି ଜିନିଷକୁ କଦାପି କାହାକୁ ଉଧାର ଦେବା ଉଚିତ ନୁହେଁ, ଅଟକି ଯାଇଥାଏ ଘରର ସମୃଦ୍ଧି

0

ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଘରକୁ ସର୍ବଦା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ ବୋଲି ଇଛା କରି ଥାଆନ୍ତି l ଏହାକୁ ନେଇ ଜ୍ୟୋତିଷଶାସ୍ତ୍ର ରେ କିଛିଟା ମହତ୍ଵପୁର୍ଣ କଥା କୁହାଯାଇଛି l ଜ୍ୟୋତିଷଶାସ୍ତ୍ର ଅନୁସାରେ ଘରର ରୋଷେଇ ଘରେ ଥିବା କିଛିଟା ଜିନିଷ ଭାଗ୍ୟ ବଦଳାଇ ଦେଇଥାଏ l କିନ୍ତୁ ଏପରି କିଛି ଜିନିଷ ରହିଛି ଯାହାକୁ ଆପଣ ଉଦ୍ଧାର ଭାବରେ କାହାକୁ ଦେବାଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l

ସାଧାରଣ ଭାବରେ ରୋଷେଇ ଘରେ ଏଭଳି କିଛି ଜିନିଷ ରହିଥାଏ ଯାହା ସାରିବା ପରେ ଆମେ ବଜାର ଯିବା ବଦଳରେ ନିଜ ପଡୋଶୀ ଙ୍କ ନିକଟରୁ ମାଗି ଆଣି କାମ ଚଳାଇ ଦେଇଥାଉ l କିମ୍ବା ଆପଣଙ୍କ ପଡୋଶୀ ଙ୍କ ନିକଟରେ ସରିଗଲେ ସେ ଆସି ମାଗି ନେଇ ଥାଆନ୍ତି l ଆସନ୍ତୁ ଜାଣିବା କେଉଁସବୁ ଜିନିଷ ରୋଷେଇ ଘରର ଉଧାର ଦେବା ଉଚିତ ନୁହେଁ l

* ହଳଦୀ –
ହିନ୍ଦୁଧର୍ମ ରେ ହଳଦୀ କୁ ଖୁବ ଶୁଭ ର ପ୍ରତୀକ ଭାବରେ ଗ୍ରହଣ କରାଯାଇ ଥାଏ l ଅଧିକାଂଶ ଶୁଭ କାର୍ଯ୍ୟରେ ହଳଦୀର ପ୍ରୟୋଗ ହୋଇଥାଏ l ଜ୍ୟୋତିଷଶାସ୍ତ୍ର ଅନୁସାରେ ହଳଦୀ ର ସିଧାସଳଖ ସଂବନ୍ଧୟା ବୃହସ୍ପତି ଙ୍କ ସହିତ ରହିଛି l ତେଣୁ କଦାପି କାହାକୁ ହଳଦୀ ଦେବା ଠିକ ନୁହେଁ l ଏପରି କରିବା ଦ୍ୱାରା ବୈବାହିକ ଜୀବନ ଓ କ୍ୟାରିଅର ରେ ବାଧା ପ୍ରାପ୍ତ ହୋଇଥାଏ l

* ରୋଷେଇ ଘରେ ଥିବା ଲୁଣ –
ଆମେ ପ୍ରାୟ ସମସ୍ତେ ଜାଣିଚୁ ଲୁଣ ତଳେ ପଡିବା ଅଶୁଭ ଅଟେ, କିନ୍ତୁ ଲୁଣ କାହାକୁ ଧାର ଆକାରରେ ଦେବା ମଧ୍ୟ ଅଶୁଭ ଅଟେ l ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେବେବି ରୋଷେଇ ଘରେ ଲୁଣ ସାରି ଯାଉଛି ତେବେ ତୁରନ୍ତ  କିଣି ଆଣି ରଖିବା ଉଚିତ l ଲୁଣ ଧାର ନେବା ଓ ଦେବା ଉଭୟ ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ l

* ଦୁଗ୍ଧ –
କଦାପି କାହାକୁ ସୂର୍ଯ୍ୟାସ୍ତ ପରେ ଦୁଗ୍ଧ ଧାର ଆକାରରେ ଦେବା ଉଚିତ ନୁହେଁ l କାରଣ ଦୁଗ୍ଧର ସମ୍ବନ୍ଧ ସିଧାସଳଖ ଚନ୍ଦ୍ରଙ୍କ ସହିତ ରହିଛି l

Leave A Reply