ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳିବ ମୋଦୀଙ୍କ ମନ୍ତ୍ରୀମଣ୍ଡଳ । ଏନେଇ ଏକପ୍ରକାର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦୁଇରୁ ତିନି ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ନିଆଯାଇପାରେ । ଏଭଳି ସ୍ଥିତିରେ କିଏ ମୋଦୀଙ୍କ ନୂଆ ଟିମରେ ସାମିଲ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହାରି ଭିତରେ କିଛି ନେତାଙ୍କୁ ଦିଲ୍ଲୀ ଡାକରା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଦିଲ୍ଲୀରୁ ଡାକରା ଆସିଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ମଧ୍ୟପ୍ରଦେଶର ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ |
ଦିଲ୍ଲୀକୁ ଉଡାଣ କରିବା ପୂର୍ବରୁ ସେ ମନ୍ଦିରରେ ପୂଜା କରିଥିବା ଦେଖାଯାଇଛି | ଗତ ବର୍ଷ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟାଇ ରାଜ୍ୟରେ ବିଜେପିକୁ ପୁଣି କ୍ଷମତାକୁ ଫେରାଇ ଆଣିବାରେ ସାହାଯ୍ୟ କରିଥିବା ଶ୍ରୀ ସିନ୍ଧିଆଙ୍କୁ ପୁରସ୍କୃତ କରାଯିବାର ସମ୍ଭାବନା ରହିଛି। ସେ ଆଜି ସକାଳେ ଦିଲ୍ଲୀ ଯିବା ପୂର୍ବରୁ ଉଜୈନର ପ୍ରସିଦ୍ଧ ମହାକାଳ ମନ୍ଦିରରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା।
Comments are closed.