Odisha news

ଜେ ଏସ ଡ ବ୍ଲୁ ର ଟେଷ୍ଟ ପାଇଲିଙ୍ଗ ପାଇଁ ଭୁମିପୁଜା, ସ୍ଥାନୀୟ ଅଞ୍ଚଳର ୪୧ ଜଣ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

0
ପାରାଦୀପ _ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପର  ଆଜି ଟେଷ୍ଟ ପାଇଲିଙ୍ଗ ଭୁମିପୂଜନ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ତିନି ପଞ୍ଚାୟତର ସମସ୍ତ ଜନ ପ୍ରତିନିଧି ମାନଙ୍କ ଉପସ୍ଥିତିରେ କମ୍ପାନୀର ଟେଷ୍ଟ ପାଇଲିଙ୍ଗ ପାଇଁ ଭୁମିପୁଜା କରାଯାଇଛି। ଦୀର୍ଘ ଦିନ ଧରି ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକମାନେ ଅପେକ୍ଷା କରିଥିବା ବେଳେ ଆଜି ତାହା ପୂରଣ ହେବାକୁ ଯାଉଛି, ଏଥି ପାଇଁ ସ୍ଥାନୀୟ ଲୋକମାନେ ବହୁତ ଖୁସି ଅନୁଭବ କରିଛନ୍ତି ବୋଲି ସରପଞ୍ଚ କିଶୋର ପରିଡ଼ା,ଓ ସୁଚିତ୍ରା ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଏହି ଅବସରରେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ତ୍ବାରା ସମ୍ପୁର୍ଣ୍ଣ ଓଡ଼ିଆ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ତିନି ପଞ୍ଚାୟତର ଜନ ପ୍ରତିନିଧି,ମୁରବୀ, ମିଶନ ଶକ୍ତି ମହିଳା ମାନଙ୍କ ଏହି ଭୁମି ପୁଜନ କାର୍ଯ୍ୟରେ ଯୋଗ ଦେଇଥିଲେ।
ଆଜିର ଏହି ଶୁଭ ମୁହୁର୍ତ୍ତରେ ଜେ ଏସ ଡ ବ୍ଲୁ ପକ୍ଷରୁ ୪୧ ଜଣ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଗୁରୁତ୍ବ ଦିଆଯିବ ବୋଲି ପୁର୍ବରୁ ଯାହା ଘୋଷଣା କରାଯାଇଥିଲା। ଯାହା ଆଜି ବାସ୍ତବରେ ପରିଣତ ହେବାକୁ ଯାଉଛି। ଏହି ତିନି ପଞ୍ଚାୟତରୁ ବୈଷୟିକ ଶିକ୍ଷା ହାସଲ କରିଥିବା ଯୋଗ୍ୟ ପ୍ରାର୍ଥୀ ମାନଙ୍କର ଏକ ପ୍ରବେଶିକା ପରୀକ୍ଷା ଓ ପରେ ସାକ୍ଷାତକାର ପରୀକ୍ଷା କରାଯାଇଛି। ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତର ବିଭିନ୍ନ ଗାଁ ଯଥା ଗୋବିନ୍ଦପୁର, ନୋଳିଆ ସାହି, ଭୁୟାଁପାଳ ଭଳି ଆଖପାଖ ଗାଁରୁ ସମୁଦାୟ ୪୬ ଜଣ ପ୍ରାର୍ଥୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଫିଟର ବିଭାଗରେ ସର୍ବାଧିକ ୩୨ ଜଣ, ଇଲେକ୍ଟ୍ରିକାଲ ବିଭାଗର ୧୧ ଜଣ, କେମେଷ୍ଟ୍ରୀ ବିଭାଗର ୦୧ ଓ ଓଲ୍ଡର ବିଭାଗର ଜଣେ ପ୍ରାର୍ଥୀ ଯୋଗ ଦେଇଥିଲେ।
ସେମାନଙ୍କ ମଧ୍ୟରୁ ନୂଆଗାଁର ସର୍ବାଧିକ ୧୫ ଜଣ, ଗଡ଼କୁଜଙ୍ଗରୂ ୧୦ ଓ ଢ଼ିଙ୍କିଆ ଗାଁରୁ ୦୮ ଜଣ ନୋଳିଆ ସାହିର ୦୫ ଜଣ ଗୋବିନ୍ଦପୁର ଗାଁରୁ ୩ ଜଣ ଯୁବ ପ୍ରାର୍ଥୀ ଏହି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେମାନଙ୍କୁ ଜେ ଏସ ଡ ବ୍ଲୁ କମ୍ପାନୀର ମାନବ ସମ୍ବଳ ବିଭାଗ ପକ୍ଷରୁ ସାକ୍ଷାତକାର ପରୀକ୍ଷା କରାଯାଇଛି। ଏହି ସମସ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ଝାରସୁଗୁଡ଼ା ଜିଲ୍ଲାରେ ଥିବା ଜେ ଏସ ଡ ବ୍ଲୁ କମ୍ପାନୀରେ ନିୟୋଜିତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବର୍ତମାନ ସମୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ସେଥିରେ ସ୍ଥାନୀୟ ଅଞ୍ଚଳର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଦେବା ନିଶ୍ଚିତ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ତେବେ ଜେ ଏସ ଡ ବ୍ଲୁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ବଜାୟ ରଖିଥିବା ବେଳେ ଆଗାମୀ ଦିନରେ ଏହି ଧାରା ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।।।।
ଆଜିର ଏହି କାର୍ଯ୍ୟକ୍ରମରେ ନିଜୁକ୍ତି ପ୍ରଦାନ କରାଯାଇଥିବା ସମସ୍ତ ଯୁବକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଝାରସୁଗୁଡା ସ୍ଥିତ ଜେ ଏସ ଡ ବ୍ଲୁ ପ୍ଲାଣ୍ଟରେ ନିୟୋଜିତ କରାଯିବ ଓ ପରେ ସେମାନଙ୍କୁ ଏହି ନୂତନ ପ୍ରକଳ୍ପକୁ ପ୍ରତ୍ୟାବର୍ତ୍ତନ କରାଯିବ ବୋଲି ଜେ ଏସ ଡ ବ୍ଲୁ ପ୍ରକଳ୍ପର  ଅଧକ୍ଷ ଅନିଲ ସିଂ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ଆରମ୍ଭ ପାଇଁ ସ୍ଥାନୀୟ ଲୋକମାନ ସହଯୋଗ ଓ ଅବଦାନ ଅତୁଳନୀୟ, ଯାହା ପାଇଁ ଆଜି ଏହି ପ୍ରକଳ୍ପ ର ଭୁମିପୂଜା କାର୍ଯ୍ୟ ହୋଇ ପାରିଛି ବୋଲି ଜେ ଏସ ଡ ବ୍ଲୁ ର  କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରଞ୍ଜନ କୁମାର ନାୟକ, ପ୍ରକାଶ କରିଥିଲେ।
ଏହି ଅବସରରେ ସ୍ଥାନୀୟ ପ୍ରକଳ୍ପର ମୁଖ ଅଶେଷ ପାଢ଼ୀ ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବା ସହିତ ସେମାନଙ୍କୁ ଭେଣ୍ଡର ରେଜିଷ୍ଟ୍ରେସନ କରିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଯାହା ସ୍ଥାନୀୟ ଲୋକମାନଙ୍କ ପାଇଁ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ହେବାକୁ ସହାୟକ ହୋଇ ପାରିବ। ଏହି କାର୍ଯ୍ୟକ୍ରମରେ କମ୍ପାନୀର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଜେ ଏସ ଡ ବ୍ଲୁ ସ୍ଥାନୀୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଭି ଏଲ ସି ମାନଙ୍କ ସହ ପାରାଦୀପ୍ ମାନବ ସମ୍ବଳ ଅଧିକାରୀ ଶିବାସିସ୍ ମିଶ୍ର ଓ ଜୋନାଲ ମାନବ ସମ୍ବଳ ଅଧିକାରୀ ଶ୍ରିଜିତ ମିଶ୍ର ଏହାକୁ ପରିଚାଳନା କରିଥିଲେ।
Nalco
Leave A Reply