Odisha news

ଜୟପୁର ରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ଖୋଲିଲା

ଜୟପୁର (କେ.ସାକିଲି ଦୋରା)-କୋଭିଡ ଆକ୍ରାନ୍ତ ମାନଙ୍କୁ ଚିକିତ୍ସା କରିବା ପାଇଁ ଜୟପୁର ରେ ଗୋଟିଏ କୋଭିଡ ହସ୍ପିଟାଲ ରହିଥିଲା। ସଂକ୍ରମିତ ସଂଖ୍ୟା ଵୃଦ୍ଧି ପାଇବାରୁ ଆଉ ଗୋଟିଏ କୋଭିଡ ହସ୍ପିଟାଲର ଆବଶ୍ୟକ ପଡିଲା। ଏଣୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ କୁ ପତ୍ର ଲେଖି ତୁରନ୍ତ ଗ୍ଲୋକାଲ ହସ୍ପିଟାଲ କୁ କୋଭିଡ ହସ୍ପିଟାଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜୟପୁର ଠାରେ ଦ୍ଵିତୀୟ କୋଭିଡ ହସ୍ପିଟାଲ କରିବା ପାଇଁ ସହମତି ପ୍ରକାଶ କରିଥିଲେ।
ଗତ ଚାରି ଦିନ ତଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋରାପୁଟ ଜିଲ୍ଲା ଗସ୍ତ ରେ ଆସି ଗ୍ଲୋକାଲ ହସ୍ପିଟାଲ ପରିଦର୍ଶନ କରିଥିଲେ।ଆଜି ଗ୍ଲୋକାଲ ହସ୍ପିଟାଲ କୋଭିଡ ହସ୍ପିଟାଲରେ ପରିଣତ ହେବା ପରେ କରୋନା ଆକ୍ରାନ୍ତ ବ୍ୟକ୍ତି ମାନେ ଦ୍ଵିତୀୟ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତିହୋଇଛନ୍ତି। ବିଧାୟକ ଶ୍ରୀ ତାରାବହିନୀ ଆଜି ଦ୍ଵିତୀୟ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ।
ଦ୍ଵିତୀୟ କୋଭିଡ ହସ୍ପିଟାଲ ର ଭିତ୍ତିଭୂମି ଦେଖିବା ସହ କରୋନା ସଂକ୍ରମିତ ବ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନିବେଦନ କରିଥିଲେ। ଦ୍ଵିତୀୟ କୋଭିଡ ହସ୍ପିଟାଲରେ ଭେଣ୍ଟିଲେଟର, ଆଇ ସି ୟୁ, ଅକ୍ସିଜନ ସୁବିଧା ରହିଛି। ଏଣୁ ଜୟପୁର ଉପଖଣ୍ଡ ର କୋଭିଡ ଆକ୍ରାନ୍ତ ଙ୍କ ପାଇଁ ଦ୍ଵିତୀୟ କୋଭିଡ ହସ୍ପିଟାଲ ବେଶ ସହାୟକ ହେବ ବୋଲି ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି।
Nalco

Comments are closed.