ରାୟଗଡା : କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଓଡିଶା ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଇଛି । କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା କରାଯାଇଛି । ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜାନୁୟାରୀ ୯ ରେ ୩୩୮ ଜଣଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ଆସିିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୫ ତାରିଖରେ ୧୮୩ ଜଣଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ଆସିଛି । ରାୟଗଡା ଜିଲ୍ଲାରେ ମୋଟ ୫୨୧ ଜଣଙ୍କ ସାମ୍ବାଦିକ ଓ ତାଙ୍କ ପିରବାର ସଦସ୍ୟ ନାମରେ ସ୍ୱାସ୍ଥ୍ୟ ବୀମା କାର୍ଡ ରହିଥିବା ଜଣାପଡିିଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଗ୍ରନ୍ଥାଗାର ଡମ୍ବରୁଧର ପଣ୍ଡାଙ୍କ ଉପସ୍ଥିତିରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଥିଲା ।
