Odisha news

ଶୀତଋତୁରେ ବଢି ଯାଇଥାଏ ଗଣ୍ଠି ଓ ହାଡ଼ ଯନ୍ତ୍ରଣାର ସମସ୍ୟା , ଏଥିରୁ ରକ୍ଷା ପାଇବାର ୪ଟି ସହଜ ଓ ପ୍ରଭାବଶାଳୀ ଉପାୟ

0

ଶୀତଋତୁ ଆସିବା ମାତ୍ରକେ ଗଣ୍ଠି ଯନ୍ତ୍ରଣା ସମସ୍ୟା ବଢି ଯାଇଥାଏ, ଶୀତଋତୁ ରେ ଗଣ୍ଠି ଯନ୍ତ୍ରଣା ଗମ୍ଭୀର ହୋଇଯାଇଥାଏ l ଏହି ସମୟ ରେ କେବଳ ଚଲାବୁଲା କରିବାରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ, ଅଧିକ ଥଣ୍ଡା କାରଣରୁ ରକ୍ତର ସେଲ ଗୁଡିକ ସଂକୁଚିତ ହୋଇ ଯାଇଥାଏ l ଯେଉଁ କାରଣରୁ ଜଏଣ୍ଟ ଗୁଡିକ ରେ ରକ୍ତ ପ୍ରବାହ ଠିକ ଭାବରେ ହୋଇନଥାଏ ଏବଂ ଯନ୍ତ୍ରଣା ଅନୁଭବ ହୋଇଥାଏ l

ସେଥିପାଇଁ କିଛିଟା ସହଜ ଓ ପ୍ରଭାବଶାଳୀ ଉପାୟ ଆପଣାଇ ଗଣ୍ଠି ଯନ୍ତ୍ରଣା ରୁ ନିଜକୁ ସୁରକ୍ଷିତ ରଖିପାରିବା l

– ଗଣ୍ଠି କୁ ଗରମ ରଖନ୍ତୁ –
ଗଣ୍ଠି ଯନ୍ତ୍ରଣାକୁ ନିୟନ୍ତ୍ରଣ ରଖିବା ସବୁଠୁ ଜରୁରୀ, ତେଣୁ ଶୀତଋତୁ ରେ ବାହାରକୁ ବାହାରିବା କ୍ଷଣି ଗରମ ପୋଷାକ ପିନ୍ଧନ୍ତୁ l ଗରମ ପାଣିର ସେକ ଗଣ୍ଠି ରେ ଦିଅନ୍ତୁ l ଯାହାକି ଯନ୍ତ୍ରଣାକୁ ଉପଶମ କରିବ l

– ନିୟମିତ ଭାବରେ ବ୍ୟାୟାମ କରନ୍ତୁ –
ଶୀତଋତୁ ରେ ଶାରୀରିକ ସକ୍ରିୟତା ରଖିବା ସବୁଠୁ ଜରୁରୀ, ହାଲୁକା କିଛିଟା ବ୍ୟାୟାମ କରନ୍ତୁ, ଅଧିକ କଠିନ ବ୍ୟାୟାମ କରିବା ଉଚିତ ନୁହେଁ, କିନ୍ତୁ ହାଲୁକା ବ୍ୟାୟାମ ଦ୍ୱାରା ଶରୀର ଗତିଶୀଳ ହେବ ଏବଂ ଯନ୍ତ୍ରଣା ଦୂର ହେବ l

– ଷ୍ଟ୍ରେସ କମ କରନ୍ତୁ –
ଷ୍ଟ୍ରେସ ଗଣ୍ଠି ଯନ୍ତ୍ରଣାକୁ ଅଧିକ ବୃଦ୍ଧି କରିଥାଏ ବୋଲି ଅଧୟନ ରେ କୁହାଯାଇଛି, ମେଡ଼ିଟେସନ ଓ ରିଲାକ୍ସସେସନ ଉପାୟକୁ ଆପଣାଇ ମାନସିକ ଶାନ୍ତି ପାଆନ୍ତୁ, ଏବଂ ଭଲରେ ସୂଅନ୍ତୁ l ଯାହାକି ହାଡ଼ ର ଫୁଲା କୁ କମାଇ ଯନ୍ତ୍ରଣା ରୁ ଆରାମ ଦେବ l

ପୋଷାକ ତତ୍ୱ ଯୁକ୍ତ ଭୋଜନ –
ଶୀତଋତୁ ରେ ହେଲଦି ଡାଏଟ ର ଆମକୁ ଖୁବ ଆବଶ୍ୟକ ରହିଥାଏ l ନିଜ ଭୋଜନ ରେ ଆଣ୍ଟିଇମ୍ଫ୍ଲlମେଟ୍ରି ଖାଦ୍ୟ ଯେପରିକି ହଳଦୀ, ଅଦା, ମାଛ, ଓ଼ମେଗା 3 ଫ୍ୟାଟି ଏସିଡ ଯୁକ୍ତ ଖାଦ୍ୟ, ଭିଟାମିନ ଡି ଭରପୁର ଖାଦ୍ୟ ସାମିଲ କରନ୍ତୁ ଏହା ହାଡ଼କୁ ମଜବୁତ କରିବ l

Leave A Reply