ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ୪ଟି ଦୃଢ ନିଷ୍ପତି ଯାହା ତାଙ୍କୁ ଅନ୍ୟ ବିଜେପି ଶାସିତ ରାଜ୍ୟରେ ରୋଲ ମଡେଲ ପାଲଟିଛନ୍ତି l ଦୀର୍ଘ ଚାରି ବର୍ଷ ମଧ୍ୟରେ ଯୋଗୀ ତାଙ୍କ ଦୃଢ ନିଷ୍ପତି ଯୋଗୁ ଚର୍ଚାରେ ରହିଥିଲେ l ସେ ଜଣେ ଦୃଢ ମନା ବ୍ୟକ୍ତି ବିଶେଷ l ଆସନ୍ତୁ ଜାଣିବା ତାଙ୍କର ଚାରୋଟି ଦୃଢ ନିଷ୍ପତି ବିଷୟରେ l
ଧର୍ମ ପରିବର୍ତନ ବିରୋଧ ନିୟମ :
ଯୋଗୀ ଆଦିତ୍ୟନାଥ ସରକାର ଅର୍ଡିନାନ୍ସ -2 020ଆଣିଛନ୍ତି, ଯାହା ଲବ ଜିହାଦ ନାମରେ ପରିଚିତ l ଏହି କାନୁନରେ ଯଦି କୌଣସି ବ୍ୟକ୍ତି ଯେ କୌଣସି ଝିଅକୁ ବାହହୁଏ କିନ୍ତୁ ମନ ଭିତରେ ଧର୍ମ ପରିବର୍ତନର କୌଣସି ପ୍ରମାଣ ମିଳିଲେ ତାହାହେଲେ ଦୋଷୀକୁ ୧0 ବର୍ଷ ଜେଲ ଦଣ୍ଡର ପ୍ରାବଧାନ ଅଛି l ଏହା ବ୍ୟତୀତ ଲୋଭ , ଠକିକି ଧର୍ମ ପରିବର୍ତନ କରାଇବାକୁ ଚାହୁଁଥିଲେ ତାକୁ ମଧ୍ୟ ଅପରାଧ ଶ୍ରେଣୀରେ ନିଆଯିବ l
ଗୋମାତା ବିରୋଧୀ ନିୟମ :
ଯୋଗୀ ଆଦିତ୍ୟନାଥ ପ୍ରଥମେ ୟୁପିରେ କ୍ଷମତାରେ ରହିବା ମାତ୍ରେ ଗାଇ ମାନଙ୍କ ହତ୍ୟାକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଥିଲେ l ଏହି ଦିଗରେ ଯୋଗୀ ସରକାର ଉତ୍ତରପ୍ରଦେଶର ଗୋ ହତ୍ୟା ଆଇନ ପ୍ରଣୟନ କରିଥିଲେ l ଏହି ଆଇନ ଦ୍ୱାରା ଯେଉଁବ୍ୟକ୍ତି ଗୋ ହତ୍ୟା କରିବ ତାକୁ ୩ ବର୍ଷରୁ ୧0 ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରଖାଯାଇଛି l ଏହାବ୍ୟତୀତ ଯେଉଁମାନେ ଗାଇ ମାନଙ୍କୁ ମାରିବେ କିମ୍ବା ଶରୀରକୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେବେ ସେମାନଙ୍କ ପାଇଁ 2.5 ବର୍ଷର ଜେଲ ପ୍ରାବଧାନ ରଖାଯାଇଛି l ୟୁପିରେ ସମସ୍ତ ବେଆଇନ ସ୍ଲାଟର୍ ହାଉସ୍ ବନ୍ଦ ରହିଛି l ସିଏମ୍ ଯୋଗୀ ଦେଶର ଅନ୍ୟ ରାଜ୍ୟରେ ବିଜେପି ରାଲିରେ ଯାଇ ଗାଇ ମାନଙ୍କ ହତ୍ୟା ଆଇନକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି l
ବିକ୍ଷୋଭକାରୀଙ୍କ ଠାରୁ କ୍ଷତିପୂରଣରୁ ଆଇନ
ଉତ୍ତରପ୍ରଦେଶର ଯୋଗୀ ସରକାର ନାଗରିକତ୍ୱ ଆଇନକୁ ବିରୋଧ କରି କଡା କାର୍ଯ୍ୟ ନେଇଥିଲେ । ବିରୋଧ ସମୟରେ ସରକାରୀ ଏବଂ ବେସରକାରୀ ସମ୍ପତ୍ତି ନଷ୍ଟ ହେଲେ ନଷ୍ଟ ହୋଇଥିବା ସମସ୍ତ ଜିନିଷର ଖର୍ଚ ବିକ୍ଷୋଭକାରୀଙ୍କ ଠାରୁ ଆଦାୟ କରାଯିବ ଓ ସେହିବ୍ୟକ୍ତି ମାନଙ୍କ ଫୋଟୋ ମଧ୍ୟ ସବୁ ଛକରେ ମରାଯିବ l ଯେଉଁମାନେ ସରକାରୀ ଏବଂ ବେସରକାରୀ ସମ୍ପତ୍ତିର କ୍ଷତି କରନ୍ତି ସେମାନଙ୍କ ସହ ମୁକାବିଲା କରିବାକୁ ଯୋଗୀ ସରକାର ମଧ୍ୟ ଆଇନି ପ୍ରଣୟନ କରିଛନ୍ତି l ଏହି ନିଅମରେ ମଧ୍ୟ 5000 ରୁ 100,000 ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ l
ସହରଗୁଡ଼ିକର ନାମ ପରିବର୍ତ୍ତନ କରିବାର ପରମ୍ପରା
ଉତ୍ତରପ୍ରଦେଶର ଯୋଗୀ ସରକାର କ୍ଷମତାକୁ ଆସିବା ପରେ ଅନେକ ସହରର ନାମ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ଆହ୍ଲାବାଦର ନାମ ପ୍ରୟାଗରାଜ ଏବଂ ଫେଇଜାବାଦ ଜିଲ୍ଲାକୁ ଅଯୋଧ୍ୟା ନାମରେ ନାମିତ କରାଯାଇଛି l କେବଳ ଏତିକି ନୁହେଁ ଆଗ୍ରାର ମୋଗଲ ସଂଗ୍ରହାଳୟକୁ ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟର ନାମ କରାଯାଇଛି
Comments are closed.