ଯୋଡା, ୧୬ା୫ : ଯୋଡା ଥାନା ଶାସ୍ତ୍ରୀନଗର ଅଞ୍ଚଳରେ ବିଧବା ମହିଳାଙ୍କ ସହ ପରକିୟା ପ୍ରୀତି ଯୋଗୁଁ ଜଣେ ବିବାହିତା ଯୁବକର ଜୀବନ ଚାଲିଯିବା ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମା’ଙ୍କ ସହିତ ଗୋଟିଏ ଘର ଭିତରେ ଅସଞ୍ଜତ ଅବସ୍ଥାରେ ଦେଖି ୨ ନାବାଳକ ପୁଅ ହିଂସାପରାୟଣ ହୋଇ ପରକୀୟା ସମ୍ପର୍କ ରଖିଥିବା ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧି ଠେଙ୍ଗା ଓ ପାଇପରେ ପିଟିପିଟି ହତ୍ୟା କରିଥିବା ଖବର ହସ୍ତଗତ ହୋଇଛି । ମୃତ ଯୁବକର ନାମ ସିକେଣ୍ଡ ମହାକୁଡ (୪୫) ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ଅନୁଯାଇ ରବିବାର ରାତ୍ରି ୯ ଟା ସମୟରେ ମୃତ ସିକେଣ୍ଡ ଘରେ ଦୁଇ ନାବାଳକ ମା’ଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କ ମାଆ ସହିତ ମୃତ ସିକେଣ୍ଡ ଅବୈଧ ସମ୍ପର୍କକୁ ନେଇ ଦୁଇ ନାବାଳକ ହିଂସ୍ର ହୋଇ ଉଠିଥିଲେ । ସେ ଦୁହେଁ ସିକେଣ୍ଡଙ୍କୁ ନିଜ ଘରୁ ଘୋଷାଡି ନେଇ ଘର ଭିତରକୁ ନେଇ ମାଡ ମାରିବା ପରେ ଏକ ଖୁଣ୍ଟରେ ବାନ୍ଧି ଠେଙ୍ଗା ଓ ପାଇପରେ ପିଟି ପିଟି ଗୋଟିଏ ହାତ ଓ ଗୋଡ ଭାଙ୍ଗି ହତ୍ୟା କରିଥିଲେ । ସ୍ଥାନୀୟ ଲୋକେ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସିକେଣ୍ଡକୁ ଉଦ୍ଧାର କରି ଯୋଡା ସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସିକେଣ୍ଡଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଏନେଇ ପୁଲିସ ୨ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି । ଯୋଡା ଥାନାରେ ଏକ ହତ୍ୟା ମାମଲା ୮୫/୨୦୨୨ ରୁଜୁ କରି ତଦନ୍ତ କରୁଥିବା ଯୋଡା ଥାନା ଅଧିକାରୀଣୀ ପଦ୍ମଳୟା ସାହୁ ସୂଚନା ଦେଇଛନ୍ତି ।
