Odisha news

ଜେଏମଏମ ଜିଲ୍ଲା କାର୍ଯ୍ୟାଳୟ ସଚିବ ପଦବୀରୁ ସୁନାରାମ ସୋରେନ୍ଙ୍କ ଇସ୍ତଫା

0

ବାରିପଦା : ମୟୂରଭଞ୍ଜର ସଂଗ୍ରାମୀ ଆଦିବାସୀ ଯୁବନେତା ସୁନାରାମ ସୋରେନ୍ ଜିଲ୍ଲା କାର୍ଯ୍ୟାଳୟ ସଚିବ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ଅଞ୍ଜନୀ ସୋରେନ୍ଙ୍କୁ ପଠାଇଥିବା ସୂଚନା ଦେଇଛନ୍ତି । ଏଥିସହ ଶ୍ରୀ ସୋରେନ୍ ନିକଟରେ ପ୍ରକାଶିତ ଜିଲ୍ଲା କମିଟିର ନୂତନ ସଦସ୍ୟମାନଙ୍କର ରାଜନୈତିକ ଅଭିଜ୍ଞତା ନଥିବାବେଳେ ଜିଲ୍ଲା ସଭାପତି, ଉପସଭାପତିଙ୍କୁ ନିଜ ନିର୍ବାଚନମଣ୍ଡଳୀରେ କେତୋଟି ପଞ୍ଚାୟତ ଅଛି ଓ ନିଜ ପଞ୍ଚାୟତରେ କେତୋଟି ୱାର୍ଡ ଅଛି ବୋଲି ପଚାରିଲେ କହିପାରିବେ ନାହିଁ ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ କଟାକ୍ଷ କରିଛନ୍ତି । ତେଣୁ ଏଭଳି ବ୍ୟକ୍ତି ମାନଙ୍କୁ ଜିଲ୍ଲା କମିଟିରେ ମନୋନୀତ କରିବା ଓ ରାଜ୍ୟ କମିଟିରେ ଥିବା ଏହା ଏକ ଛତ୍ରବାଦର ଜଳନ୍ତ ଆନେ୍ଦାଳନ ବୋଲି ମତ ରଖିଛନ୍ତି । ଏଥିସହ ପଦ ନଥାଇ ମଧ୍ୟ ବିନା ସ୍ୱାର୍ଥରେ ବର୍ତ୍ତମାନ ସୁଧା ଜେଏମଏମରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ମତ ରଖିଛନ୍ତି ।

Nalco
Leave A Reply