Odisha news

ଆଇଆଇଏମ୍‌ଟି ପରିସରରେ ଅନୁଷ୍ଠିତ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି ଜିଓର ଅଭିନବ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌

0

ଭୁବନେଶ୍ୱର: ଜି୨୦ ଶିକ୍ଷା କାର୍ଯ୍ୟକାରୀ ଦଳର ବୈଠକ ଅବସରରେ ସ୍ଥାନୀୟ ଆଇଆଇଏମ୍‌ଟି ପରିସରରେ ଅନୁଷ୍ଠିତ ହୋଇଥିବା ଛଅ ଦିନିଆ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଜିଓର ଭର୍ଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍‌ର ମଜା ନେଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ ଓ ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢ଼ି । ଅପ୍ରେଲ୍ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ଆଜି ଶେଷ ଦିନରେ ରିଲାଏନ୍ସ ଜିଓର ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ ପ୍ରଦର୍ଶନୀ ବୁଲି ଦେଖିବା ସହିତ ଜିଓ ଷ୍ଟଲ୍‌ରେ ଜିଓର ଅଭିନବ ଭର୍ଚୁଆଲ୍ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍‌ର ବ୍ୟବହାରର ଅନୁଭୂତି ନେଇଛନ୍ତି । ଏଥି ସହିତ ସେ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍‌ର ଅନୁଭୂତି ନେଉଥିବା ଛାତ୍ରଛାତ୍ର ଓ ଯୁବପିଢ଼ିଙ୍କ ସହ କଥା ହୋଇ ସେମାନଙ୍କ ଅନୁଭୂତି ପଚାରି ବୁଝିଥିଲେ । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ରୁତ ଗତିରେ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ ଜାରି ରଖିଥିବା ରିଲାଏନ୍ସ ଜିଓ ୨୦୨୩ ଶେଷ ସୁଦ୍ଧା ସାରା ରାଜ୍ୟରେ ୫ଜି ସେବା ପହଂଚାଇବାକୁ ଲକ୍ଷ୍ୟ ରଖିଛି ।

Leave A Reply