୫ଜି ଡାଉନ୍ଲୋଡ୍ ସ୍ପିଡ୍ରେ ଜିଓ ଶୀର୍ଷରେ, ଗ୍ରାହକଙ୍କୁ ମିଳୁଛି ହାରାହାରି ୩୧୫ ଏମ୍ବିପିଏସ୍ ସ୍ପିଡ୍: ଓପନ୍ ସିଗ୍ନାଲ୍
ନୂଆଦିଲ୍ଲୀ/ ଭୁବନେଶ୍ୱର: ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି । ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍ବିପିଏସ୍ର ସୁପର ଡାଉନ୍ଲୋଡ୍ ସ୍ପିଡ୍ ମିଳିଛି । ଜିଓ ତୁଳନାରେ ଏୟାରଟେଲ୍ ପଛୁଆ ରହିଛି । ଏୟାରଟେଲ୍ର ହାରାହାରି ୫ଜି ଡାଉନ୍ଲୋଡ୍ ସ୍ପିଡ୍ ୨୬୧.୨ ଏମ୍ବିପିଏସ୍ ରହିଛି । ଓପନ୍ ସିଗ୍ନାଲ୍ର ମୋବାଇଲ୍ ନେଟ୍ୱର୍କ ଏକ୍ସପେରିଏନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି ।
୫ଜି ସ୍ପିଡ୍ ସହିତ ୫ଜି କଭରେଜ୍ରେ ମଧ୍ୟ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍ଠାରୁ ପ୍ରାୟ ତିନି ଗୁଣା ଆଗରେ ରହିଛି । ଜିଓ ଗ୍ରାହକମାନେ ୩୨.୫ ପ୍ରତିଶତ ସମୟ ୫ଜି ନେଟ୍ୱର୍କରେ ବିତାଉଥିବା ବେଳେ ଏୟାରଟେଲ୍ ଗ୍ରାହକମାନେ ମାତ୍ର ୧୧.୪ ପ୍ରତିଶତ ସମୟ ବିତାଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯେହେତୁ ଗ୍ରାହକମାନେ ଏବେ ଉଭୟ ୪ଜି ଓ ୫ଜି ନେଟ୍ୱର୍କରେ ସମୟ ବିତାଉଛନ୍ତି ତେଣୁ, ଓପନ୍ ସିଗ୍ନାଲ୍ ପକ୍ଷରୁ କଭରେଜ୍ ମାପିବା ଲାଗି ଗ୍ରାହକମାନଙ୍କ ୫ଜି ନେଟ୍ୱର୍କରେ ବିତାଇଥିବା ସମୟ ବିଚାରକୁ ନିଆଯାଇଛି ।
ଓପନ୍ ସିଗ୍ନାଲ୍ ରିପୋର୍ଟରେ ପ୍ରକାଶ ପାଇଛି ଯେ ଜିଓ ଏହାର ୫ଜି ନେଟ୍ୱର୍କକୁ ଅତି ଦ୍ରୁତ ଗତିରେ ବଢ଼ାଉଛି । ଜିଓ ବହୁ ସଂଖ୍ୟକ ଟାୱାରରେ ୫ଜି ଉପକରଣ ଲଗାଉଛି । ଏହାର ୫ଜି ନେଟ୍ୱର୍କର ଉପସ୍ଥିତି ମଧ୍ୟ ବହୁତ ବଢ଼ିଛି । ୧ରୁ ୧୦ ପଏଂଟ୍ ଆଧାରରେ ଓପନ୍ ସିଗ୍ନାଲ୍ ପକ୍ଷରୁ ଜିଓକୁ ୪.୨ ପଏଂଟ୍ ପ୍ରଦାନ କରାଯାଇଛି । ସେହି ସମୟରେ ଏୟାରଟେଲ୍କୁ ୩.୪ ପଏଂଟ୍ ଦିଆଯାଇଛି । ବୈଷୟିକ ମାନଦଣ୍ଡରେ ମଧ୍ୟ ଜିଓ ନିଜ ଦକ୍ଷତା ସାବ୍ୟସ୍ତ କରିଛି । ଜିଓର “କୋର’ ସବୁ ପରୀକ୍ଷାରେ ୮୪.୩ ପ୍ରତିଶତ ମାର୍କ ହାସଲ କରିଛି । ଏୟାରଟେଲ୍କୁ ୭୭.୫ ପ୍ରତିଶତ ମାର୍କ ମିଳିଛି ।
ଏଥିରୁ ସ୍ପଷ୍ଟ ହୋଇଛି ଯେ ୫ଜି ସ୍ପିଡ୍, ଟାୱାର, କଭରେଜ୍ ଓ ବୈଷୟିକ ମାନଦଣ୍ଡ ଆଦି ସବୁ କ୍ଷେତ୍ରରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ଜିଓର ୫ଜି ଅପ୍ଲୋଡ୍ ସ୍ପିଡ୍ ୧୮ ଏମ୍ବିପିଏସ୍ ରହିଛି । ଭଏସ୍, ଭିଡିଓ ଓ ଗେମିଂରେ ଦୁଇ କଂପାନିର ଗ୍ରାହକମାନଙ୍କ ଅନୁଭୂତି ପାଖାପାଖି ଏକା ରହିଛି ।