Odisha news

ରିଲାଏନ୍ସ ଜିଓର ତୃତୀୟ ତ୍ରୟମାସ ନେଟ୍ ଲାଭ ୨୮.୩ ପ୍ରତିଶତ ବୃଦ୍ଧି ସହ ୪୬୩୮କୋଟି ଟଙ୍କା

0

ଭୁବନେଶ୍ୱର: ଦେଶର ସର୍ବବୃହତ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଆଜି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି ।  ଅକ୍ଟୋବରରୁ ଡିସେମ୍ବର ତ୍ରୟମାସରେ କମ୍ପାନୀର ନେଟ୍ ଲାଭ ଗତ ବର୍ଷ ତୁଳନାରେ ୨୮.୩ପ୍ରତିଶତ ବୃଦ୍ଧି ପାଇ ୪୬୩୮ କୋଟିରେ ପହଂଚିଛି । ଗତ ବର୍ଷ ସମାନ ତ୍ରୟ ମାସରେ କମ୍ପାନୀର ନେଟ୍ ଲାଭ ୩୬୧୫କୋଟି ଟଙ୍କା ରହିଥିଲା । ସେହିଭଳି ଗତବର୍ଷର ତୃତୀୟ ତ୍ରୟ ମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀର ମୋଟ ପରିଚାଳନାଗତ ରାଜସ୍ୱ ଆୟ ୨୨୯୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଏହି ତ୍ରୟମାସରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇ ୪୩.୨୯ କୋଟିରେ ପହଞ୍ଚିଥିବା ବେଳେ ଗ୍ରାହକ ପିଛା ପ୍ରତିମାସ ରାଜସ୍ୱ(ଆର୍ପୁ) ୧୭୮.୨ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଏହି ତ୍ରୟ ମାସରେ ଜିଓ ନେଟୱାର୍କରେ ଡାଟା ଟ୍ରାଫିକ ୨୯ ବିଲିଅନ ଜିବିକୁ ବୃଦ୍ଧି ପାଇଥିବା ବେଳେ ଭଏସ୍ ଟ୍ରାଫିକ ୧.୨୭ ଟ୍ରିଲିଅନ ମିନିଟ୍ କୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ‘ଭାରତ ଭଳି ବିଶାଳ ଦେଶରେ ଦ୍ରୁତ ୫ଜି ସମ୍ପ୍ରସାରଣ କାର୍ଯ୍ୟ ଜିଓ ଜାରି ରଖିଛି । ମାତ୍ର ତିନି ମାସ ସମୟରେ କମ୍ପାନୀ ପକ୍ଷରୁ ଦେଶର ୧୩୪ ଟି ସହରରେ ଜିଓ ଟ୍ରୁ ୫ଜି ସେବା ଆରମ୍ଭ କରାଯାଇଛି ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ଦେଶବ୍ୟାପୀ ୫ଜି ସମ୍ପ୍ରସାରଣ ପାଇଁ ଜିଓ କାର୍ଯ୍ୟ କରୁଛି । ଏଥି ସହିତ ଜିଓ ପକ୍ଷରୁ ୧୦ କୋଟି ପରିସରକୁ ଜିଓ ଫାଇବର ଓ ଜିଓ ଏୟାର ଫାଇବର ସଂଯୋଗ କରାଯିବ । କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗଗୁଡିକୁ କ୍ଲାଉଡ୍ ଜରିଆରେ ଆମେ ଅତ୍ୟାଧୁନିକ ସମାଧାନ ପ୍ରଦାନ କରିବୁ ।’

ଆଜି ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଦୃଢ ପରିଚାଳନାଗତ ପ୍ରଦର୍ଶନ ସହିତ କମ୍ପାନୀର ମୋଟ ରାଜସ୍ୱ ୧୪.୮ ପ୍ରତିଶତ ବୃଦ୍ଧି ସହିତ ୨୪୦,୯୬୩ କୋଟି ଟଙ୍କାରେ ପହଂଚିଛି । କମ୍ପାନୀର ନେଟ୍ ଲାଭ ଗତବର୍ଷ ସମାନ ସମୟ ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୧୭୮୦୬ କୋଟି ଟଙ୍କା ହୋଇଛି ।

ରିଲାଏନ୍ସ ରିଟେଲ ଏହାର ଦ୍ରୁତ ଅଭିବୃଦ୍ଧି ଜାରି ରଖିବା ସହିତ ମୋଟ ରାଜସ୍ୱ ଗତବର୍ଷ ତୁଳନାରେ ୧୭% ବୃଦ୍ଧି ସହିତ ୬୭୬୨୩ କୋଟି ଟଙ୍କାରେ ପହଂଚିଛି । ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୭୮୯ ନୂଆ ଷ୍ଟୋର ଖୋଲିବା ସହିତ ମୋଟ ଷ୍ଟୋର ସଂଖ୍ୟା ୧୭୨୨୫ ହୋଇଛି ।

Nalco
Leave A Reply