Odisha news

ଇସ୍ଲାମିକ ରାଷ୍ଟ୍ରର ମାନ୍ୟତା ପାଇଥିବା ପାକିସ୍ତାନ ର ସଂସ୍ଥାପକ କାହିଁକି ହୋଇଥିଲେ ହିନ୍ଦୁ ରୁ ମୁସଲମାନ

0

ଇସ୍ଲାମିକ ରାଷ୍ଟ୍ର ଭାବରେ ମାନ୍ୟତା ପାଇଥିବା ପାକିସ୍ତାନ ର ସଂସ୍ଥାପକ କଣ ପ୍ରକୃତ ଇସ୍ଲାମ ? କାହିଁକି ମହମ୍ମଦ ଅଲ୍ଲୀ ଜୀନା ହୋଇଥିଲେ ହିନ୍ଦୁ ରୁ ମୁସଲମାନ ? ଯେଉଁ ଧର୍ମ ପାଇଁ ଚାଲିଛି ରକ୍ତର ଖେଳ ସେହି ରାଷ୍ଟ୍ରର ସଂସ୍ଥାପକଙ୍କ କରିଥିଲେ ଧର୍ମ ପରିବର୍ତ୍ତନ l ଏମିତି କି ଅସୁବିଧା ଥିଲା ଯେ ଜୀନା ହୋଇଥିଲେ ହିନ୍ଦୁ ରୁ ମୁସଲମାନ , ଏବଂ ଧର୍ମ ଆଧାରରେ ତିଆରି କଲେ ଗୋଟିଏ ଅଲଗା ଦେଶ l

ଭାରତ ପାକିସ୍ତାନ ମଧ୍ୟରେ ଉତେଜନା ର କାରଣ ହିଁ ହେଉଛି ଏହି ଧର୍ମ ଏପ୍ରିଲ ୨୨ ତାରିଖରେ ଯେତେବେଳେ କାଶ୍ମୀର ର ପେହଁଲଗାମ ରେ ଧର୍ମ ପଚାରି ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ଏହା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା , ଏବଂ ଏହି ହତ୍ୟାର ନାରକୀୟ କାଣ୍ଡ ଘଟାଇ ଥିବା ପାକିସ୍ତାନ ର ଜନ୍ମ ମଧ୍ୟ ଏହି ଧର୍ମ ଆଧାରରୁ ହୋଇଥିଲା l ପାକିସ୍ତାନ ର କାୟଦ -ଏ-ଆଜମ ଅର୍ଥାତ ସଂସ୍ଥାପକ ମମମଡ଼ ଅଲ୍ଲୀ ଜୀନା ମୁସଲମାନ ଙ୍କ ପାଇଁ ଗୋଟିଏ ଅଲଗା ଦେଶର ଦାବି କରିଥିଲେ, ଏବଂ ଭାରତ ଠାରୁ ଅଲଗା ହୋଇଥିଲା l

କିନ୍ତୁ ଯେଉଁ ଜୀନା ମୁସଲମାନ ଙ୍କ ପାଇଁ ଅଲଗା ଇସ୍ଲାମିକ ରାଷ୍ଟ୍ର କଲା ତାର ମୂଳ ଚେର ହେଉଛି ହିନ୍ଦୁ ଧର୍ମ ସହିତ ଜଡିତ, ଜୀନା ଙ୍କ ପୂର୍ବଜ ହିନ୍ଦୁ ଥିଲେ, ତାଙ୍କ ପିତା ଙ୍କ ନାମ ଜେନା ଭାଇ ଓ ଜେଜେଙ୍କ ନାମ ପ୍ରେମଜୀ ଭାଇ ମେଘ ଜୀ ଠକର ଥିଲା , ପ୍ରେମଜୀ ଭାଇ ଠକର ଙ୍କର ବଡ଼ ମାଛ ବ୍ୟବସାୟ ଥିଲା, କିନ୍ତୁ ଲୋହନା ଜାତି ସହିତ ସମ୍ପର୍କ ରଖିଥିବା କାରଣରୁ ତାଙ୍କ ସମ୍ପ୍ରଦାୟ ରେ ମାଛ ବ୍ୟବସାୟ କୁ ପସନ୍ଦ କଲେନାହିଁ l କାହିଁକିନା ଏହି ଜାତିର ଲୋକେ ଶାକାହାରୀ ହୋଇଥାଆନ୍ତି l

ପ୍ରେମଜୀ ଭାଇ ଠାକର କିନ୍ତୁ ନିଜ ବ୍ୟବସାୟ ବନ୍ଦ କରିନଥିଲେ କିମ୍ବା ନିଜ ସମ୍ପ୍ରଦାୟ କୁ ଛାଡି ନଥିଲେ, କିନ୍ତୁ ତାଙ୍କ ପୁଅ ପୁଂଜଲାଲ ପିତାଙ୍କ ଅପମାନ ସହି ପାରିଲେ ନାହିଁ, ଏବଂ ସେ କ୍ରୋଧରେ ନିଜର ଚାରି ପିଲା ଓ ପତ୍ନୀ ଙ୍କ ସମେତ ଧର୍ମ  ପରିବର୍ତ୍ତନ କରିଥିଲେ ଓ ମୁସଲମାନ ହୋଇଗଲେ କିନ୍ତୁ ପ୍ରେମଜୀ ଭାଇ ମେଘ ଜି ହିନ୍ଦୁ ରହିଥିଲେ l

ଏହାପରେ ପୁଂଜଲାଲ  ଗୁଜୁରାଟ ର କାଠିଆବଡ଼ା ରୁ କରାଚୀ ଚାଲି ଯାଇ ସେଠାରେ ନିଜ ବ୍ୟବସାୟ କରିଥିଲେ l ଏବଂ ତାଙ୍କ ପୁତ୍ର ମହମଦ ଅଲ୍ଲୀ ଜୀନା ମଧ୍ୟ ମୁସଲମାନ ପରମ୍ପରା ଅନୁସାରେ ଧର୍ମ ଗ୍ରହଣ କରି ସେହିଭଳି ଜୀବନ ବିତାଇଥିଲେ, ଜୀନା ପାର୍ସୀ ଧର୍ମ ର ଝିଅକୁ ବିବାହ କରିଥିଲେ ଏବଂ ନିଜ ସନ୍ତାନ ମାନଙ୍କର ଲାଳନପାଳନ ଇସ୍ଲାମ ଧର୍ମ ଅନୁସାରେ କରିଥିଲେ l

Leave A Reply