Odisha news

ଜିମରେ ଏକ୍ସରସାଇଜ କରିବା ସମୟରେ ଏହିସବୁ ଦାୟିତ୍ୱହୀନ କାର୍ଯ୍ୟ କରନ୍ତୁ ନାହିଁ , ଯାଇପାରେ ଜୀବନ

0

ଜିମ ରେ ଏକ୍ସରସାଇଜ କରିବା ସମୟରେ କମେଡିଆନ ରାଜୁ ଶ୍ରୀବାସ୍ତବ ଙ୍କ ହୃଦଘାତ ହୋଇଥିଲା ଓ ଏହି ହାର୍ଟ ଆଟାକ ତାଙ୍କର ମୃତ୍ୟୁର କାରଣ ହୋଇଥିଲା l ଏମ୍ସ ରେ ଉଚ୍ଚ ପଦସ୍ଥ ଡାକ୍ତର ମାନଙ୍କର ଗୋଟିଏ ଦଳ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଙ୍କ ଜୀବନ ରକ୍ଷା କରିବା ପାଇଁ ରାତିଦିନ ଲାଗି ଯାଇଥିଲେ, କିନ୍ତୁ ତାଙ୍କର ଜୀବନ ରକ୍ଷା କରି ପାରି ନଥିଲେ l ମିଡ଼ିଆ ରିପୋର୍ଟ ଅନୁସାରେ ତାଙ୍କ ମସ୍ତିଷ୍କରେ ୧୦୦% ବ୍ଳକେଜ ଥିଲା, ଯେଉଁ କାରଣରୁ ବ୍ରେନ କାମ କରିବା ବନ୍ଦ କରି ଦେଇଥିଲା ଓ ରାଜୁ ଶ୍ରୀବାସ୍ତବ କୋମା କୁ ଯାଇଥିଲେ l ରାଜୁ ଶ୍ରୀବାସ୍ତବ ନିଜର ଫିଟନେସ ପାଇଁ ଅଧିକ ସମୟ ଜିମ ରେ ଅତିବାହିତ କରୁଥିଲେ l

ଆସନ୍ତୁ ଜାଣିବା କାହିଁକି ଜିମ ରେ ଏକ୍ସରସାଇଜ କରିବା ସମୟରେ କାହିଁକି ଜୀବନ ପ୍ରତି ବିପଦ ଆସିଥାଏ –

– ସ୍ଟେରଏଡ଼ ହୋଇ ସାରିଛି ହାର୍ଟଆଟାକ ର ବଡ଼ କାରଣ –
ଡାକ୍ତରମାନେ ସ୍ଟେରଏଡ଼ କୁ ସବୁଠୁ ବଡ ଫ୍ୟାକ୍ଟର କହିଛନ୍ତି l ଶରୀରକୁ ମାସକୁଲାର କରିବା ପାଇଁ ଜିମ ରେ ଏକ୍ସରସାଇଜ କରୁଥିବା ଅଧିକାଂଶ ଯୁବକ ଏହାର ସେବନ କରୁଛନ୍ତି, କିନ୍ତୁ ଏହା ସିଧାସଳଖ ଭାବରେ ହୃତପିଣ୍ଡ ର ଧମନୀ ଓ ଶିରାପ୍ରଶିରା କୁ ଦୁର୍ବଳ କରିଦେଇଥାଏ l ଯେବେ କୌଣସି ବ୍ୟକ୍ତି ଅଧିକ ଏକ୍ସରସାଇଜ କରିଥାଏ ସେହି ସମୟରେ ତାର ହାର୍ଟ ଦ୍ରୁତ ଗତିରେ କାର୍ଯ୍ୟ କରିଥାଏ ଓ ବ୍ଲଡ଼ ଶର୍କୁଲେସନ ମଧ୍ୟ ଦ୍ରୁତ ଗତିରେ ବଢିଥାଏ l କିନ୍ତୁ ହାର୍ଟ ଯଦି ଦୁର୍ବଳ ରହିଥାଏ ତେବେ ଏହି ବ୍ଲଡ଼ ଫ୍ଲାଓ କୁ ସହ୍ୟ କରିପାରି ନଥାଏ, ଯେଉଁ କାରନାରୀ କାର୍ଡିଆକ ଆରେଷ୍ଟ ହୋଇଥାଏ l

– ଡ୍ରଗ୍ସ ସେବନ, କମ ଶୋଇବା ମଧ୍ୟ ହୋଇପାରେ ହାର୍ଟ ଆଟାକ ର କାରଣ –
ଏମ୍ସ ଡାକ୍ତରଙ୍କ ସୂଚନା ଅନୁସାରେ କମ ଶୋଇବା, ଡ୍ରଗ୍ସ ସେବନ କରିବା, ଉଚିତ ସମୟରେ ଉଚିତ ମାତ୍ରାର ନଖାଇବା ମଧ୍ୟ ହାର୍ଟ ଆଟାକ ର କାରଣ ହୋଇପାରେ l ବିଶେଷ ଭାବରେ ଏହି ସମସ୍ତ କାରଣ ଆଜିର ଯୁବ ସମାଜ ଓ ଚଳଚିତ୍ର ଜଗତ ପାଇଁ ଖୁବ ବିଶେଷ ଅଟେ l

ଗୋଟିଏ ପକ୍ଷରେ ଜୀବନ ବ୍ୟସ୍ତ ବହୁଳ ଓ କାର୍ଯ୍ୟ ବହୁଳ ହେବା ସାଙ୍ଗକୁ ରାତିରେ ବିଳମ୍ବରେ ଶୋଇବା, ଉଚିତ ମାତ୍ରାର ନ ଶୋଇବା, ଓ ଷ୍ଟ୍ରେସ ମଧ୍ୟ ଦୈନନ୍ଦିନ ଜୀବନ ର ଗୋଟିଏ ଅଂଶ l ଉଚିତ ପରିମାଣ ର ଓ ଉପଯୁକ୍ତ ଖାଦ୍ୟ ଖାଇବା l ନିଜ ଖାଦ୍ୟରେ ଅନେକ ଫଳ, ସାଲାଡ଼ ଖାଇବା ଜରୁରୀ ଓ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ l

– ହାର୍ଟ ଆଟାକ ରୁ ରକ୍ଷା ପାଇବା ପାଇଁ କେତୋଟି ଜରୁରୀ କଥା –

– ହାର୍ଟ କୁ ସୁସ୍ଥ ରଖିବା ପାଇଁ କମ୍ ଶୋଇବା ଓ ରାତିରେ ଡେରିରେ ଶୋଇବା ଅଭ୍ୟାସ କୁ ଦୂର କରିବା ଆବଶ୍ୟକ l

– ଷ୍ଟ୍ରେସ ଉଭୟ ହାର୍ଟ ଓ ମସ୍ତିଷ୍କ ପାଇଁ କ୍ଷତିକାରକ, ଚିନ୍ତା ରୁ ମୁକ୍ତ ରହିବା ପାଇଁ ଯୋଗ ଓ ମେଡ଼ିଟେସନ କରିବା ଆବଶ୍ୟକ l

– ନିଜର ସ୍ୱାସ୍ଥ୍ୟକୁ ସୁନ୍ଦର କରିବା ପାଇଁ ଆଦୌ ସ୍ଟେରଏଡ଼ ସେବନ କରିବା ଠିକ ନୁହେଁ, ସ୍ଟେରଏଡ଼ ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ l

– ଏହା ଛଡା ସପ୍ଲିମେଣ୍ଟସ ଓ ଅନାବଶ୍ୟକୀୟ ହର୍ମୋନଲ ଔଷଧ ଖାଇବା ଉଚିତ ନୁହେଁ l

– ୩୦ ବର୍ଷ ପରେ ନିୟମିତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ ଓ ୪୦ ବର୍ଷ ପରେ ହାର୍ଟ, ବିପି , କୋଲେଷ୍ଟ୍ରଲ, ସୁଗାର  ନିୟମିତ ଯାଞ୍ଚ କରାଇବା ଆବଶ୍ୟକ l

– ଚର୍ବି ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ, ଅଧିକ ପରିମାଣ ରେ ଫାଇବର ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ l

Nalco
Leave A Reply