ଜିରା ଆମର ନିତ୍ୟ ବ୍ୟବହାର୍ଯ୍ୟ ମସଲା ମାନଙ୍କ ମଧ୍ୟରୁ ଗୋଟିଏ l ଏହି ମସଲା ଟି କିନ୍ତୁ ଶରୀର ପକ୍ଷରେ ଖୁବ ହିତକର l ସେଥିପାଇଁ ଡାକ୍ତର ମାନେ ଘରର ବୟୋଜ୍ୟେଷ୍ଠ ଲୋକମାନେ ନିୟମିତ ଜିରା ଖାଇବା ପାଇଁ କହି ଥାଆନ୍ତି l
– ଜିରାରେ ଥିବା ପୋଷକତତ୍ୱ ଗୁଡିକ ହେଲା ଆଣ୍ଟି ଅକ୍ସିଡାଂଟ ଓ ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣ l ଯାହା ଅଧିକାଂଶ ରୋଗଠାରୁ ଦୂରେଇ ରଖିଥାଏ l ଏହାଛଡା ଭିଟାମିନ ଏ, ଭିଟାମିନ ସି, କପର ଓ ମାଙ୍ଗାନିଜ ମଧ୍ୟ ଅନେକ ମାତ୍ରା ରେ ଭରି ହୋଇ ରହିଥାଏ l ସବୁଠୁ ହିତକର ହେଲା ସକାଳୁ ଖାଲି ପେଟରେ ଜିରା ସେବନ କରିବା , ଯାହା ଶରୀରକୁ ଅନେକ ପ୍ରକାର ଲାଭ ଦେଇଥାଏ l
– ଜିରାରେ ଏପିଜେନିନ ଓ ଲ୍ୟୁଟୋଲୀନ ରହିଥାଏ ତେଣୁ ସକାଳୁ ଖାଲି ପେଟରେ ସେବନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ଗ୍ୟାସ, ଏସିଡ଼ିଟି, କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇ ଖାଦ୍ୟକୁ ହଜମ କରିଥାଏ l
– ଜିରାରେ ରାଇବୋଫ୍ଲେବିନ, ଭିଟାମିନ ବି 6, ଜେକ୍ସଥିନ ଓ ନିଆସୀନ ରହିଥିବା କାରଣରୁ ମେମୋରୀ ବଢାଇବାରେ ସାହାଯ୍ୟ କରିଥାଏ l ଏହାଛଡା ଜିରା ପାଣି ନିୟମିତ ପିଲା ମାନଙ୍କୁ ସକାଳୁ ସେବନ କରିବାକୁ ଦିଅନ୍ତୁ, ଯାହାଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧି ହେବ l
– ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣରେ ଭରପୁର ଜିରା ସେବନ କରିବା ଦ୍ୱାରା ବିଭିନ୍ନ ହାନିକାରକ ଜୀବାଣୁ ଠାରୁ ଶରୀରକୁ ରକ୍ଷା କରିହୁଏ l ଏହାଛଡା ଜିରା ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ l
– ଯଦି ଆପଣ ନିୟମିତ ସକାଳୁ ଖାଲି ପେଟରେ ଜିରା ସେବନ କରିବେ ତେବେ ଶରୀରରୁ ବ୍ୟାଡ଼ କୋଲେଷ୍ଟ୍ରଲ ଦୂର ହୋଇଥାଏ l ଏହାଛଡା ଉଚ୍ଚ ରକ୍ତଚାପ, ହାର୍ଟ ରୋଗ, ମଧୁମେହ ଠାରୁ ନିଜକୁ ରକ୍ଷା କରିହୁଏ l
– ଗବେଷଣାରୁ ଜଣା ପଡିଛି ଯେ ସକାଳୁ ଖାଲି ପେଟରେ ନିୟମିତ ଜିରା ସେବନ କରିବା ଦ୍ୱାରା ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ l ନଚେତ ଜିରାକୁ ଆପଣ ଯଦି ପାଣିରେ ଫୁଟାଇ ଲେମ୍ବୁ ଚିପୁଡ଼ି ସେବନ କରିବେ ତେବେ ଓଜନ ହ୍ରାସ ସହଜରେ ହୋଇଥାଏ l
