Odisha news

ଆୟୁର୍ବେଦ ରେ ମହିଳା ମାନଙ୍କ ସ୍ବାସ୍ଥ୍ୟ ପାଇଁ ରାମବାଣ ଅଟେ ଜିରା ପାଣି

0
ଜିରା ଭାରତୀୟ ଖାଦ୍ୟ ର ସୁଗନ୍ଧ କୁ ବଢାଇବାରେ ସାହାଯ୍ୟ କରିଥାଏ। ପ୍ରାୟ ସମସ୍ତ ଖାଇବା ଜିନିସ ରେ ଆମେ ଜିରା ର ବ୍ୟବହାର କରିଥାଉ । ଏହି ସୁଗନ୍ଧିତ ମସଲା ର ଏପରି ଔଷଧୀୟ ଗୁଣ ରହିଥାଏ ଯାହା ଶରୀର କୁ ସୁସ୍ଥ ରଖିବା ରେ ସାହାଯ୍ୟ କରିଥାଏ ।
– ଗୋଟିଏ ଗବେଷଣା ଅନୁସାରେ ଜଣାପଡିଛି ଯେ ଜିରା ପାଣି ମହିଳାମାନେ ସାଧାରଣ ଭାବରେ ଅନ୍ତ କୋଷ ର ଅସୁବିଧା ଦ୍ଵାରା ପୀଡିତ ହୋଇ ଥାଆନ୍ତି। ଅନ୍ୟ ଗୋଟିଏ ସମସ୍ୟା ହେଲା ଷ୍ଟୋ ନ ଓ ପିତ ରୋଗ ଯାହା ଆଗକୁ ଯାଇ ଓଜନ ବୃଦ୍ଧିର କାରଣ ହୋଇଥାଏ ଓ ପିତଶୟ ରେ କୋଲେଷ୍ଟ୍ରାଲ ସଞ୍ଚୟ କରି ଥାଏ । ତେଣୁ ପୁରୁଣା ଆୟୁର୍ବେଦ ଅନୁସାରେ ଜିରା ପାଣି ଏହିସବୁ ସମସ୍ୟା ଠାରୁ ଦୂରେଇ ରଖିଥାଏ ।
– ଜିରା ପାଣି ମେଟା ବୋଲିଯିମ୍ କୁ ଦୃତ ଗତିରେ ବୃଦ୍ଧି କରିଥାଏ । ଯଦି ଆପଣ ନିୟମିତ ଭାବରେ ଜିରା ପାଣି ସେବନ କରିବେ ତେବେ ଓଜନ ହ୍ରାସ କରି ପାରିବେ। ଜିରା ରେ ଭରପୁର ମିନେରାଲସ ଓ ଭିଟାମିନ ରହିଥାଏ । ଯାହା ମେଟାବୋଲିଯିମ୍ କୁ ବୃଦ୍ଧି କରିଥାଏ।
– ଅବାଞ୍ଛିତ ଚିନ୍ତା ନିଦ୍ରା ହୀନତା ର କାରଣ ହୋଇଥାଏ । ଜିରା ରେ ମେଲାଟୋନିନ ରହିଥାଏ ଯାହା ନିଦର ପାଟର୍ନ କୁ ସନ୍ତୁଳିତ କରିଥାଏ ଓ ଷ୍ଟ୍ରେସ ସ୍ତର କୁ ନିୟନ୍ତ୍ରିତ କରିଥାଏ । ଆଇରନ ଓ ମଗ୍ନେଶୀୟମ ରହିଥିବା କାରଣରୁ ମସ୍ତିଷ୍କ ର ଗତିବିଧି ସନ୍ତୁଳିତ ରଖିବାରେ ଜିରା ପାଣି ସାହାଯ୍ୟ କରିଥାଏ।
– ଜିରା ପାଣି ସେବନ ର ଅନ୍ୟ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହେଲା କ୍ୟାନ୍ସର ଠାରୁ ଦୂରେଇ ରଖିଥାଏ । ଜିରା ରେ ବିଷ ହରଣର ଅନେକ ଶକ୍ତି ରହିଛି । ଜିରା ରେ ଥିବା ଯୌଗିକ ଟ୍ୟୁମର ଠାରୁ ଦୂରେଇ ରଖିଥାଏ ।
Leave A Reply