Odisha news

ଜମ୍ମୁ-କଶ୍ମୀରର ସୋପିଆନା ଜିଲ୍ଲାରେ ସୁରକ୍ଷା ବଳ ଦ୍ବାରା ହୋଇଥିବା ଏନ୍‌କାଉଣ୍ଟର : ୩ ଆତଙ୍କବାଦୀ ନିହତ

0

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପିଆନା ଜିଲ୍ଲାରେ ସୁରକ୍ଷା ବଳ ଦ୍ବାରା ହୋଇଥିବା ଏନ୍‌କାଉଣ୍ଟରରେ ମଙ୍ଗଳବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଶ୍ରୀନଗରର ପ୍ରତିରକ୍ଷା ପ୍ରବକ୍ତା କର୍ଣ୍ଣେଲ୍‌ ରାଜେଶ କଲିଆ କହିଛନ୍ତି। ଜୁନ୍‌ ୬ ତାରିଖରୁ ନେଇ ଆଜି ସୁଦ୍ଧା ସୋପିଆନା ଜିଲ୍ଲାରେ ସମୁଦାୟ ୧୭ ଜଣ ଆତଙ୍କବାଦୀ ନିହତ ‌ହୋଇଥିବା ଜାଣିବାକୁ ମିଳିଛି।

ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ପୁଲିସ୍‌ ଏବଂ ସିଆର୍‌ପିଏଫ୍‌ ପକ୍ଷରୁ ତୁର୍କୱାଙ୍ଗମ୍‌ ଗାଁରେ ବଡ଼ି ଭୋରୁ ଏନ୍‌କଉଣ୍ଟର୍‌ କରାଯାଇଥିଲା। ଫଳରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କ ସହ ସୁରକ୍ଷାକର୍ମୀଙ୍କର ମୁହାଁମୁହିଁ ହୋଇଥିଲା ଓ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୨ ଆତଙ୍କବାଦୀ ଟଳି ପଡ଼ିଥିଲେ।

The Indian Express

ଏହି ଏନ୍‌କାଉଣ୍ଟର୍‌ରେ ସୁରକ୍ଷା ବଳ ୨ଟା ଏକେ-୪୭ ରାଇଫଲ୍‌ ଏବଂ ଗୋଟିଏ ଆଇଏନ୍‌ଏସ୍‌ଏଏସ୍‌ ରାଇଫଲ୍‌ ପାଇଛି। ତେବେ, ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ବିଷୟରେ ତଥ୍ୟ ଯୋଗାଡ଼ କରାଯାଉଛି ବୋଲି ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହା ଜୁଲାଇ ୮ ତାରିଖରେ  ହିଜବ୍‌ କମାଣ୍ଡର୍‌ ବୁର୍‌ହାନ ୱାନିଙ୍କ ନିହତ ପରେ ସୋପିଆନା ବ୍ୟତୀତ ଅନନ୍ତନାଗ, ପୁଲୱାମା ଏବଂ କୁଲଗାମ୍‌ରେ ଆତଙ୍କବାଦୀମାନେ ସକ୍ରିୟ ରହିଛନ୍ତି। ୨୦୧୬ ମସିହା ପରଠାରୁ ଦକ୍ଷିଣ କଶ୍ମୀରରେ ଅନେକ ଗୁଡ଼ାଏ ଏନ୍‌କାଉଣ୍ଟର୍‌ ହୋଇଛି।

Leave A Reply