Odisha news

ସ୍ୱୟଂ ନ୍ୟାୟାଧୀଶ ହେଲେ ଦୋଷୀ, ନ୍ୟାୟ ଦେବ କିଏ ? ଜଜଙ୍କ ଉପରେ ଲାଗିଲା ବଳାତ୍କାର ଓ ଧୋକାଧାଡି ମାମଲା

ନୂଆଦିଲ୍ଲୀ : ଅନ୍ୟକୁ ଅପରାଧର ସଜା ଶୁଣାଇଥିବା ନ୍ୟାୟାଧୀଶ ବଳାତ୍କାର ଓ ଧୋକାଧାଡି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ଏହି ଘଟଣାଟି ଆସିଛି ଜାମ୍ମୁ କାଶ୍ମୀର ରୁ , ଏଠାରେ ଗୋଟିଏ ଫାଷ୍ଟ ଟ୍ରାକ କୋର୍ଟ ନିଜର ନିଷ୍ପତିରେ ଜଣେ ଜଜ ଙ୍କୁ ଦୋଷୀ ସାବ୍ୟସ୍ତ କରିଛି l ଜାମ୍ମୁ ରେ ୨୦୧୮ ରେ ଜଣେ ନ୍ୟାୟାଧୀଶଙ୍କ ଉପରେ କୋର୍ଟର ସାହାଯ୍ୟ ମହାଯ୍ୟ ମାଗିଥିବା ଜଣେ ମହିଳାଙ୍କୁ ଧୋକାଧାଡି ଓ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରଯାଇଛି l ଦୋଷୀ ସାବ୍ୟସ୍ତ ହେବା ପରେ ଉକ୍ତ ନ୍ୟାୟାଧିଶଙ୍କୁ ନିଲମ୍ବିତ କରାଯାଇଛି l

ଦୋଷୀ ସାବ୍ୟସ୍ତ ହୋଇଥିବା ସବ ଜଜ ଙ୍କ ନାମ ହେଉଛନ୍ତି ରାକେଶ କୁମାର ଅବରୋଲ l ଫାଷ୍ଟ ଟ୍ରାକ କୋର୍ଟ ଜାମୁ ର ପୀଠାସିନ ଅଧିକାରୀ ଖାଲିଲ ଚୌଧୁରୀ ନିଜର ନିଷ୍ପତିରେ କହିଛନ୍ତି ଆଲୋଚନାରୁ ଯାହା ବାହାରୁଚି ସେଥିରୁ ଜଣାପଡୁଛି ଆରୋପି ଦୋଷୀ ଅଟନ୍ତି l ଅଦାଲତ ନିଜର ନିଷ୍ପତିରେ କହିଛନ୍ତି ଯେ ସମସ୍ତ ସାକ୍ଷୀ ଆଧାରରେ ଆରୋପି ଦୋଷୀ ସାବ୍ୟସ୍ତ ହେବାପରେ ଧାରା ୪୨୦ ଓ ୩୭୬ ଆରପିସି ଅନୁସାରେ ଅପରାଧୀକୁ ଦୋଷୀ ସାବ୍ୟସ୍ତ କରାଯାଉଛି l କୋର୍ଟ କହିଛନ୍ତି ଯେ ଜଣେ ନ୍ୟାୟାଧୀଶଙ୍କ ନିଜର ପଦମର୍ଯ୍ୟାଦା କୁ ଗୁରୁତ୍ୱ ଦେଇ ଜନ ସାଧାରଣଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ l

ମିଳିଥିବା ସୂଚନା ଅନୁସାରେ ରାମବନ ନିବାସୀ ପୀଡିତ ମହିଳା ଙ୍କର ଜଜ ଙ୍କ ସହିତ ସାକ୍ଷାତ ଏଭଳି ସମୟରେ ହେଲା ଯେତେବେଳେ ସେ ଗୋଟିଏ କେଶ ଲଢୁଥିଲେ l ନ୍ୟାୟ ଅଧିକାରୀ ହୋଇଥିବା କାରଣରୁ ନ୍ୟାୟାଧୀଶ ସମସ୍ତ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଓ ତାଙ୍କ ଘରେ ଗୃହ କାର୍ଯ୍ୟରେ ସାହାଯ୍ୟ କରିବାକୁ କହିଥିଲେ l ଏହାପରେ ମହିଳା ଜଣଙ୍କ ଜଜଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ l ଜଜ ମହିଳାଙ୍କ ଝିଅକୁ ଭଲ ଶିକ୍ଷା ଦେବାପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ l ଏହାପରେ ସେ ମହିଳାଙ୍କୁ ତାଙ୍କ କେଶ ରେ ସାହାଯ୍ୟ କରିବାକୁ କହି ନିୟମିତ ବଳାତ୍କାର କରିବାକୁ ଲାଗିଲେ l

IEC 2 years

Comments are closed.