Odisha news

ସୁବର୍ଣ୍ଣପାଲିରେ ୧୧୫ ୟୁନିଟ ରକ୍ତ ସଂଗ୍ରହ

0

ଜମନକିରା,୧୬/୧୦ ଆଜି ଜମନକିରା ବ୍ଲକର ସୁବର୍ଣ୍ଣପାଲି ଗ୍ରାମ ପଞ୍ଚାୟତରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିର ବିଧାୟକ କିଶୋର ନାୟକଙ୍କ ଦିଗଦର୍ଶନରେ ତଥା ବ୍ଲକ ଯୁବ ସଭାପତି ସୁଦୀପ୍ ଦେବଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା । ଶିବିରକୁ ବିଧାୟକ କିଶୋର ନାୟକ ଉଦ୍ଘାଟନ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ଜିଲ୍ଲା ପରିଷଦ ଜମନକିରା ଜୋନ୍-୧ ସୁଜାତା ଖୁଣ୍ଟିଆ, ଜିଲ୍ଲା ପରିଷଦ ଜୋନ୍-୨ ତନୟା ଧୁରୁଆ, ଜମନକିରା ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଷାନ, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ସୁବର୍ଣ୍ଣପାଲି ପଞ୍ଚାୟତ ସଭାପତି ଲିପ୍ଟନ୍ କିଣ୍ଡୋଙ୍କ ସହ ଅନ୍ୟ ଯୁବ, ବରିଷ୍ଠଙ୍କ ସହଯୋଗରେ ସର୍ବମୋଟ ୧୧୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । କୁଚିଣ୍ଡା ହସ୍ପିଟାଲ୍ ରକ୍ତଭଣ୍ଡାର ରୁ ପ୍ରମୋଦ ପଟେଲ ତାଙ୍କ କର୍ମଚାରୀଙ୍କ ସହ ରକ୍ତ ସଂଗ୍ରହ କରିଥିଲେ

Nalco
Leave A Reply