Odisha news

ଆତ୍ମନିର୍ଭର କୃଷକ ଅଭିଯାନ

0

ଜମନକିରା,୧୬/୧୦ କୃଷି ଏବଂ ଗ୍ରାମ ବିକାଶ ବିଭାଗ ଏବଂ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ସପ୍ତାହ ବ୍ୟାପୀ (୧୧ ରୁ ୧୮ ତାରିଖ) ପର୍ୟ୍ୟନ୍ତ ଆତ୍ମନିର୍ଭର କୃଷକ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ ଷଷ୍ଠ ଦିନରେ ଜମନକିରା ରେ ଆସି ପହଞ୍ଚିଛି। ଆଜି ଅଭିଯାନ ରଥ ଜମନକିରା ଆସି ପହଂଚିଥିବାବେଳେ ଜମନକିରା ଓ କୁଚିଣ୍ଡା ବ୍ରହ୍ମକୁମାରୀ ଇଶ୍ୱରୀୟ ଆଶ୍ରମର ସଂଚଳିକା ବିକେ ସୁନିତା, ବିକେ କସ୍ତୁରୀ ସହଯୋଗୀ ବୀକେ ରୀନା ଭଉଣୀଙ୍କ ତତ୍ବାବଧାନରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଜୋନ ୧ ସୁଜାତା ଖୁଣ୍ଟିଆ, ସମ୍ମାନିତ ଅତିଥିଭାବେ ବଡରମା ସରପଞ୍ଚ ବିଜୟ କୁମାର ନାୟକ କୃଷକ ନେତା କୁଶଧ୍ଵଜ ଚୌଧିରୀ ଏବଂ ବ୍ରହ୍ମକୁମାରୀ ଆଶ୍ରମର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଅଭିଯାନ ରଥର ଭବ୍ୟ ସ୍ୱାଗତ କରିଥିଲେ।

Nalco
Leave A Reply