ଜମନକିରା, ୨୦/୯: ସ୍ବାଧୀନତାକୁ ୭୬ ବର୍ଷ ବିତିଯାଇଥିଲେ ସୁଦ୍ଧା ବର୍ଷାଦିନ ଆସିଲେ ବନ୍ଦୀ ଜୀବନ ଜାପାନ କରୁଛନ୍ତି ଜମନକିରା ପାଟବନ୍ଧା ବସି। ଖରାଦିନେ ନଇର ତତଲା ବାଲିରେ କଷ୍ଟେମଷ୍ଟେ ପାରିହୋଇ ଯାତାୟତ କରୁଥିବା ବେଳେ ବର୍ଷା ଦିନେ ନଈ ନାଳ ଫୁଳି ଉଠିବାରୁ ପାଟବନ୍ଧା ବାଷିଙ୍କ ପାଇଁ ଦୁଖଃର ପାହାଡ ମାଡିବସିଥାଏ। ଉଛୁଳା ନଈରେ ନିଜେ ବିପଦ ପୁର୍ଣ୍ଣ ଭାବେ ପାରି ହୋଇ ଦୈନନ୍ଦିନ କାର୍ଯ୍ୟ କରୁଥିବା ବେଲେ ନିଜର ଛୁଆଙ୍କ ଭବିଷ୍ଯତ ପାଇଁ ବିପଦ ପୂର୍ଣ୍ଣ ଭାବରେ ନଈ ପାରିହୋଇ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ବାଧ୍ୟ ହୋଇଥାନ୍ତି ଏହି ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ତଥା ସଦର ପଞ୍ଚାୟତ କାର୍ଯ୍ୟାଳୟରୁ ଅଧା କିମି ଦୁରରେ l ନାଁ ଏହି ଗ୍ରାମବାସୀଙ୍କ ପାଖରେ ଅଛି ଏଠି ଲାଇଫ ଜ୍ୟାକେଟ ନା ଅଛି କୈାଣସି ସୁରକ୍ଷା ବ୍ୟବସ୍ଥା। ବର୍ଷା ସମୟରେ ବଢି ପାଣିର ବେଗକୁ ଏମାନଙ୍କ ଭୟ ମଧ୍ୟ ଅଛି। ହେଲେ କେତେ ଦିନ ଜଳ ବନ୍ଦୀ ହୋଇ ଗାଁରେ ରହିବେ ପେଟ ଚାଖଣ୍ଡକ ପାଇଁ ନିଜ ଜୀବନକୁ ଜଳ ଛଡାଇ ନଦୀ ଗର୍ଭ ଦେଇ ପାରି ହୋଇ ଦୈନନ୍ଦିନ ଆବଶ୍ୟକତା ପୁରଣ କରୁଛନ୍ତି | ଜମନକିରା ବ୍ଲକ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ଯାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ପାଟବନ୍ଧା ଗ୍ରାମକୁ ଯାଇଥିବା ରାସ୍ତାରେ ଜିବନକୁ ଖାତିର ନକରି ପ୍ରତ୍ୟେକ ଦିନ ଏହିପରି ବିପଦପୂର୍ଣ୍ଣ ଭାବେ ଯାତାୟତ କରିବା ସହ ନିଜ ଶିଶୁଙ୍କ ଭବିଷ୍ୟତ ପାଇଁ ତାଙ୍କୁ ମଧ୍ୟ ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟ ଯିବା ଆସିବାକୁ ବାଧ୍ୟ ହୋଇଥାନ୍ତି ଏହି ଅଞ୍ଚଳ ବାସୀ। ପଞ୍ଚାୟତ କାର୍ଯ୍ୟାଳୟରୁ କନ୍ଧରେ ଚାଉଲ ବୋହି ଘରକୁ ନେଇଥାନ୍ତି। କେବେଳ ଯୁବକ ନୁହଁନ୍ତି ବୟସର ଅପରାହ୍ନରେ ଭଲ ଭାବରେ ଅଣ୍ଟା ସଳଖି ଚାଲିପାରୁଥିବା ବୁଢ଼ା ବୁଢୀ ନଇ ଭିତର ପ୍ରଖର ସ୍ରୋତରେ ଟଳମଳ ହୋଇ ଭତ୍ତା ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି। ଏହି ସମସ୍ୟା ପାଇଁ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀଙ୍କ ପାଖରେ ଦ୍ବାରସ୍ଥ ହୋଇଛନ୍ତି ହେଲେ ପାଟବନ୍ଧା ବାସିନ୍ଦାଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ପୂର୍ବପୁରୁଷ ମାନଙ୍କ ଠାରୁ ଆରମ୍ଭ କରି ଆଜି ମଧ୍ୟ ଲୋକଙ୍କ ପାଇଁ ସେହି ବିପଦ ପୂର୍ଣ୍ଣ ଜଳ ଯାତ୍ରା ଜାରି ରହିଛି। ନାଳରେ ପ୍ରବାହିତ ପାଣି ଯୋଗୁଁ ଗମନାଗମନର ସମସ୍ୟା ହେତୁ ଲୋକଙ୍କ ପାଖରେ ସରକାରୀ ଯୋଜନା ଏକ ରକମର ଅପହଞ୍ଚ ରହିଥିବା ବେଳେ ସରକାରୀ କର୍ମଚାରୀ ମାନେ ନିଜ ଭାଗ୍ୟକୁ ଆଦରି ପେଟ ଚାଖଣ୍ଡକ ପାଇଁ ଏହି ବିପଦପୂର୍ଣ୍ଣ ରାସ୍ତାରେ ଅତିକ୍ରମ କରିଥାନ୍ତି। ଏହି ଗ୍ରାମରେ ୮୦ ଗୋଟି ପରିବାର ବସବାସ କରୁଥିବା ବେଳେ ୩୫୦ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି। ଗ୍ରାମରେ ଅଙ୍ଗନବାଡି ଏବଂ ପ୍ରାଥମିକ ବିଦ୍ୟାଳୟ ରହିଛି। ସାମାନ୍ୟ ବର୍ଷାରେ କମ ପାଣି ଆସୁଥିବାରୁ ଶିକ୍ଷକ ଯାଇଥାନ୍ତି। ବର୍ଷାର ପରିମାଣ ବଢିଲେ ବିଦ୍ୟାଳୟ ବନ୍ଦ ରହିବା ସହିତ ଅଙ୍ଗନବାଡି କାର୍ଯ୍ଯ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଯାହାର ଦେହ ଖରାପ ହୁଏ ସେ ଭାଗ୍ୟକୁ ଆଦରି ଘରେ ପଡି ରହିଥାଏ। ଗ୍ରାମର ପ୍ରଶାନ୍ତ ନାଏକ, ସୁଜିତ ଟପୋ କହନ୍ତି ବର୍ଷା ଦିନ ଆସିଲେ ପାଟବନ୍ଧା ଗାଁ ଜଳବନ୍ଦୀ ବାସୀ ହୋଇ ରହିଥାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ଅଧିକାରୀ ଙ୍କୁ ପଚାରିବାରୁ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ଫଣ୍ଡ ନଥିବାରୁ ଉପରିସ୍ଥ କର୍ମଚାରିଙ୍କୁ ଜଣାଇଥିବା ପଞ୍ଚାୟତ ଅଧିକାରୀ କହିଛନ୍ତି।
