Odisha news

ଚାଷୀ ଆନ୍ଦୋଳନ କୁ ନେଇ ବ୍ଲକ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0
ଜମନକିରା, ୧୮/୯: ଜମନକିରା ବ୍ଲକ ବିଜେଡି ସଙ୍ଗଠନ ପକ୍ଷରୁ ଆସନ୍ତା କାଲି ହେବାକୁ ଥିବା ଚାଷୀ ଆନ୍ଦୋଳନ ରାଜରାସ୍ତା ୫୩ ଅବରୋଧକୁ ବିରୋଧ କରି ଆଜି ତହସିଲ ଆଇବି ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଚାଷୀ ଆନ୍ଦୋଳନ ତଥା ରାସ୍ତାରୋକ କୁ ବିଜେପି ରାଜନୈତିକ କରଣ କରାଯାଉଥିବା ନେଇ ବ୍ଲକ  ବିଜେଡି ଅଭିଯୋଗ କରିଛି। ତେବେ ଆସନ୍ତା କାଲି ରାସ୍ତାରୋକ ରେ ବିଜେଡି ସାମିଲ ହେବନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ନେତା ମାନେ ପ୍ରକାଶ କରିଛନ୍ତି।
    ସୂଚନା ଯୋଗ୍ୟ ଯେ, ୨୦୨୧ କୃଷି ଆର୍ଥିକ ବର୍ଷରେ କୁଚିଣ୍ଡା ଉପଖଣ୍ଡରେ ମରୁଡି ପ୍ରଭାବିତ ହୋଇଥିଲା। ଉକ୍ତ ଖରିଫ ଚାଷର କ୍ଷୟକ୍ଷତି ରାଶି ବିମାରାଶି କମ୍ପାନୀ ପ୍ରଦାନ କରୁନାହିଁ। ଏନେଇ ଚାଷୀମାନେ ଅନେକ ଥର ଆନ୍ଦୋଳନ କରିବା ସତ୍ବେ ବୀମାରାଶି ପ୍ରଦାନ ନ କରିବା ନେଇ ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ ଗତ ୧୨ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଚାଷୀମାନେ କ୍ଷୟକ୍ଷତି ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି କହିଥିଲେ। ତେବେ ବିଜେଡିର କହିବା ଅନୁସାରେ ପୂର୍ବରୁ ଏସଏଲଡିସି ନିଷ୍ପତି ଅନୁଯାୟୀ ବିମାରଶି ପ୍ରଦାନ କରାଯାଉଥିଲା। ମାତ୍ର କେନ୍ଦ୍ର ସରକାର ନିୟମ ବଦଳାଇ ଏସଟିଏସି ନିଷ୍ପତି ଅନୁଯାୟୀ ବିମରାଶି ପ୍ରଦାନ କରାଯିବା ଯୋଗୁଁ ଚାଷୀମାନେ ଅଦ୍ୟାବଧି ବୀମା ରାଶି ପାଇବାରୁ ବଞ୍ଚିତ ଅଛନ୍ତି। ତେବେ ଉକ୍ତ ନିୟମକୁ ରାଜ୍ୟସରକାର ମାନି ଏସଟିଏସି କମିଟି ଗଠନ କରି ବାକି ଥିବା ୧୬୪ ୟୁନିଟ କୁ ବିମରଶି ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଏସଏଲଡିସି ନିଷ୍ପତି କ୍ରମେ ରାଜ୍ୟର ମୋଟ ୨୦୨ଟି ୟୁନିଟ ଏବଂ କୁଚିଣ୍ଡା ଉପଖଣ୍ଡ ସ୍ତରର ୪ଟି ପଞ୍ଚାୟତ ର ଚାଷୀଙ୍କୁ ବିମାରସି ପ୍ରଦାନ କରାଯାଇଥିବା ସ୍ଥଳେ ନିୟମ ବଦଳାଇ କେନ୍ଦ୍ର ସରକାର କଣ ପାଇଁ ଉକ୍ତ କମିଟି ବୈଧତା ନାହିଁ ଆଉ ନୂଆ କମିଟି ଚୟନ ପାରେ ଚାଷୀମାନେ କ୍ଷିପୂରଣ ପାଇବେ ବୋଲି କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିଜେଡି ଆଜି ତୀବ୍ର ବିରୋଧ କରିଛି। ରାଜ୍ୟ ସରକାର ବୀମା କମ୍ପାନୀକୁ ବୀମା ରାଶି ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ କରିଥିବା ବେଳେ ବିଜେପି ଚାଷୀଙ୍କ ନାଁରେ ରାସ୍ତା ଓ ଆନ୍ଦୋଳନ କୁ ରାଜନୈତିକ କରଣ କି ବିଜେଡି ବିରୋଧ କରିବା ସହ ଆସନ୍ତା କାଲି ହେବାକୁ ଥିବା ରାସ୍ତା ରୋକରେ ସାମିଲ ନହେବା ପାଇଁ ନିଷ୍ପତି ନେଇଛି।
Nalco
Leave A Reply