ଜମନକିରା,୧୫/୯: ଜମନକିରା ବ୍ଲକ ଅନ୍ତର୍ଗତ ଧୁଡିପାଲି ଗ୍ରାମପଞ୍ଚାୟତ ସହିତ ଗୁଣ୍ଡୁରୁଚୁଆଁ ଏବଂ ଡିମିରିମୁଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧିବେଶନ ତଥା ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ହୋଇଯାଇଅଛି।ଏହି ଅଧିବେଶନରେ ଧୁଡିପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଅରୁଣ ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଆଇସିଡିଏସ କ୍ଷେତ୍ର ପରିଚାଳିକା ମିନୁ ନାୟକ ସଭା ପରିଚାଳନା କରିଥିଲେ।ଏହି ଶିଶୁ ପାଇଁ ଦିନଟିଏ ବୈଠକର ତାତ୍ପର୍ଯ୍ୟ ଚାଇଲଡ଼ ଲାଇନ କର୍ମୀ ନାମାନି ହେମ୍ରମ ବିଷଦ ବିବରଣୀ ଉପସ୍ଥିତ ସଦସ୍ୟ ଏବଂ ସଦସ୍ୟା ମାନଙ୍କୁ ଅବଗତ କରିଥିଲେ।ଏହା ପରେ ବାଲ୍ୟ ବିବାହ ଅଧିନସ୍ଥ ଦଣ୍ଡ ବିଧାନ ଏବଂ ସଚେତନତା ସମ୍ପର୍କରେ,ଏହା ସହିତ ଗ୍ରାମାଞ୍ଚଳରେ ଥିବା ଜାତି ସମାଜର ସଭାପତି ଓ ସମ୍ପାଦକ, ଗ୍ରାମର ପୂଜାରୀଙ୍କୁ ମଧ୍ୟ ଏହି ବୈଠକରେ ସାମିଲ କରାଗଲେ ବାଲ୍ୟ ବିବାହର ସମସ୍ୟା ଅବଗତ ହୋଇ ରୋକା ଯାଇପାରିବ ବୋଲି ଚାଇଲଡ଼ ଲାଇନ କର୍ମୀ କହିଥିଲେ।ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ଅଧୀନରେ ଥିବା ଶିଶୁ ଅଧିକାର ସୁରକ୍ଷା ଭିତ୍ତିକ ସରକାରୀ ଯୋଜନା ସମ୍ପର୍କରେ,ଶିଶୁ ବିକାଶ ଯୋଜନାରେ ଥିବା ଯତ୍ନ, ସୁରକ୍ଷା ଏବଂ ୧୬ରୁ ୧୮ ବର୍ଷ ବୟସର ପୁଅ ଏବଂ ଝିଅ ମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ତାଲିମରେ ଅନ୍ତର୍ଭୁକ୍ତ ସମ୍ପର୍କରେ ଏବଂ ଆର୍ଥିକ ସହାୟତା ସମ୍ବନ୍ଧରେ ମଧ୍ୟ ଅବଗତ କରିଥିଲେ। ଓଡିଶା ସରକାରଙ୍କ ଆଶୀର୍ବାଦ ଯୋଜନାରେ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଅନ୍ତର୍ଭୂକ୍ତ କରାଇବା ସମ୍ପର୍କରେ ଅବଗତ କରିଥିଲେ। ଗୁଣ୍ଡୁରୁଚୁଆଁ ଗ୍ରାମପଞ୍ଚାୟତର ସରପଞ୍ଚ ସୁରେଖା ମୁଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଡିମିରିମୁଣ୍ଡା ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ ଅଧ୍ୟକ୍ଷତାରେ ହୋଇଥିଲା ଏବଂ କ୍ଷେତ୍ର ପରିଚାଳିକା ମିନା ନାୟକ ସଭା ପରିଚାଳନା କରିଥିଲେ ଏବଂ କୁଟୁରାଚୁଆଁ କଲେଜ ଅଵସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ସମ୍ମନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ତ୍ରୈମାସିକ ବୈଠକରେ ସମାନ ପ୍ରତିନିଧି ଉପସ୍ଥିତ ରହିବା ସହିତ ଶିଶୁ ଭିତ୍ତିକ ସମସ୍ୟା ଗୁଡିକ ବ୍ଲକ ତଥା ଜିଲ୍ଳା ସ୍ତରରେ ଉପସ୍ଥାପନ ହେଲେ ଏହି ଶିଶୁ ପାଇଁ ଦିନଟିଏ ସଫଳ ହେବ ବୋଲି ଅଵସର ପ୍ରାପ୍ତ ଅଧ୍ୟକ୍ଷ କହିଥିଲେ।ପୂର୍ବରୁ ଅଧିକାଂଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବହୁ ସମସ୍ୟା ଯୋଗୁଁ ପାଠ ଛାଡୁଥିଲେ ବର୍ତ୍ତମାନ ସରକାରଙ୍କ ଏହିପରି ଯୋଜନା ଗୁଡିକ ଦ୍ୱାରା ଛାତ୍ରଛାତ୍ରୀ ମାନେ ପାଠ ପଢା ପ୍ରତି ଆଗ୍ରହୀ ହେଉଥିବାର ଭାତପୁରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଏହି ବୈଠକରେ କହିଥିଲେ। ଧୁଡିପାଲି ପଞ୍ଚାୟତରେ ଜିଲ୍ଲା ପରିଷଦ ସଦସ୍ୟା ତନୟା ଧୁରୁଆ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାନନ୍ଦ ବାଗ,ବିଦ୍ୟାଳୟ ଶିକ୍ଷକ ଦୋଳଗୋବିନ୍ଦ ସାହୁ ଏବଂ ଗୁଣ୍ଡୁରୁଚୁଆଁ ଠାରେ ନାଏବ ସରପଞ୍ଚ ସୁମତି ମାଝୀ, ଆଶା କର୍ମୀ ପ୍ରେମକାନ୍ତି ଜୟପୁରିଆ ଶିଶୁ ପ୍ରତିନିଧି ଏବଂ ଡିମିରିମୁଣ୍ଡା ଠାରେ ଆଶା କର୍ମୀ ଜ୍ୟୋତି ମହାକୁଳ ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।
