Odisha news

ଜୁଇରେ ଜଳିଲା ଶଳା ଓ ଭିଣୋଇଙ୍କ ପାର୍ଥିବ ଶରୀର

0
ଜମନକିରା, ୨୧/୮ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଜମନକିରା ବ୍ଲକ ନକଟିପାଲି ବାରଟେଙ୍ଗରା ନଇରୁ ଗତକାଲି ସନ୍ଧ୍ୟା ୮ ଟା ବେଳେ ପାଣିର ସୁଅରେ ଦୁଇ ବ୍ୟକ୍ତିଙ୍କ ସହ କାରକୁ ଭସାଇ ନେଇ ଯାଇଥିବାବେଳେ କୋଚିଣ୍ଡା ପୋଲିସ ଓ ଜମନକିରା ଅଗ୍ନିଶମ ବିଭାଗର ଅକ୍ଲାନ୍ତ ପରିଶ୍ରମ ବଳରେ ଆଜି ସକାଳେ ମୃତ ଦେହକୁ ଉଦ୍ଧାର କରିଥିଲା। ଉଭୟ ମୃତକଙ୍କ ଘର ଗୁଣ୍ଡୁରୁଚୁଆ ହୋଇଥିବା ଵେଲେ ଆଜି କୁଚିଣ୍ଡା ଡାକ୍ତଖାନାରୁ ଶବ ଘରକୁ ଆଣିବା ପରେ ପରିବାର ସହ ଅଞ୍ଚଳ ବିଭିନ୍ନ ସ୍ଥାନରୁ ବନ୍ଧୁବାନ୍ଧବ ଆସି ଉଭୟଙ୍କ ପାର୍ଥିବ ଶରୀରକୁ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରିଥିଲେ। ତେବେ ଉଭୟ ଶଳା ଓ ଭିଣୋଇ ଗୋଟିଏ ଜାଗାର ହୋଇଥିବାରୁ ପରିବେଶ ସଂପୂର୍ଣ୍ଣ ଶୋକାକୁଳ ହୋଇ ପଡ଼ିଥିଲା।
ସୂଚନଯୋଗ୍ୟ ଯେ ଜମନକିରା ବ୍ଲକ ଗୁଣ୍ଡୁରୁଚୁଆ ଗ୍ରାମର ତାପସ କୁମାର ନାଏକ (୫୦) ଜଣେ ଜୀବନ ବୀମା ଅଧିକାରୀ ଦିଲ୍ଲୀ ୧୫ ଦିନ ରହି ଗ୍ରାମରେ ୧୫ ଦିନ ରହୁଥିଲେ। ସେ ଅଞ୍ଚଳର ଜଣେ ବିଶିଷ୍ଟ ସେଚ୍ଛାସେବୀ ବିଭିନ୍ନ ସାମାଜିକ କର୍ମରେ ସାମିଲ ଥିବାବେଳେ ଗୋପାଳନ କରି ଜମନକିରା ବ୍ରହ୍ମକୁମାରୀରେ ଜଡ଼ିତ ହୋଇରହିଥିଲେ। ସେ ଜଣେ ଆଧ୍ୟାତ୍ମିକ ଜୀବନ ଯାପନ କରୁଥିବା ବେଳେ ଅବିବାହିତ ଥିଲେ। ସେହିପରି ପ୍ରତାପ ପଟେଲ ଜଣେ ଇଞ୍ଜିନିୟର ଥିବା ବେଳେ ସେ ବିଦେଶରେ ଚାକିରି କରୁଥିଲେ। ଦୁଇ ଶଳା ଭିଣୋଇ ଗତକାଲି ସ୍ବର୍ଗତ ମାମୁଁଙ୍କ ଏକାଦଶାହ ବାର୍ତ୍ତା ପହଞ୍ଚାଇବାକୁ ପାଇଁ କେନାଢିପାକୁ ନିଜ ଅଲଟୋ କାରରେ ଯାଇ ଫେରୁଥିବା ସମୟରେ ଫାଶୀମାଲ ଲଇଡ଼ା ମଧ୍ୟରେ ଥିବା ନକଟିପାଲି ବାରଟେଙ୍ଗରା ନଈ ପୋଲ ରେ ୩ ଫୁଟ ବହୁଥିବା ପାଣିରେ ନିଜ କାରକୁ ନେଇଯିବା ପାଇଁ ଚେଷ୍ଟା କରିଥିଲେ।
କିନ୍ତୁ ବହୁଥିବା ପାଣିର ସୁଅ ପ୍ରଖର ଥିବାରୁ କାର ସହ ଭାସି ଯାଇଥିଲେ। ଏହା କିଛି ସ୍ଥାନୀୟ ଲୋକ ଜାଣିବା ସଙ୍ଗେ ସଙ୍ଗେ ତୁରନ୍ତ କୁଚିଣ୍ଡା ପୋଲିସ ଓ ଜମନକିରା ଅଗ୍ନିଶମ ବିଭାଗକୁ ଖବର ଦେବାରୁ ତୁରନ୍ତ ପ୍ରଶାସନ ପକ୍ଷରୁ କର୍ମଚାରୀ ଆସି ଦୀର୍ଘ ପରିଶ୍ରମ ପରେ ବିଳମ୍ବିତ ରାତ୍ରୀ ୧ ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ କରିଥିଲେ ହେଁ ପାଣିର ସ୍ରୋତ ବହୁ ବେଗରେ ଥିବାରୁ ବିଫଳ ହୋଇଥିଲେ। ସକାଳ ୫ ଟା ବେଳେ ପାଣି ସ୍ରୋତ କମିଯିବାରୁ କାର ଟି ଅଳ୍ପ ଦିଶିବା ଫଳରେ ତୁରନ୍ତ ଅଗ୍ନିଶମ ବିଭାଗ ଆସି ରଶି ସାହଯ୍ୟରେ ପାଣିରେ ପଶି ୧୦ ଘଣ୍ଟା ରେସ୍କ୍ୟୁ ପରେ ଦି ଶବ କୁ ଉଦ୍ଧାର କରିଥିଲେ। ମୃତ ତାପସ ଏବଂ ପ୍ରତାପଙ୍କ ମର ଶରୀରକୁ କୁଚିଣ୍ଡା ଡାକ୍ତଖାନାରେ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ବାରଟେଙ୍ଗରା ପୋଲରେ ଆଗରୁ ମଧ୍ୟ ଏମିତି ଛୋଟ ଛୋଟ ଦୁର୍ଘଟଣା ହୋଇ ଲୋକାଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ତୁରନ୍ତ ଏହି ପୋଲର ଆକାର ଉଚ୍ଚତା ବଢ଼ାଇବା ପାଇଁ ଲୋକେ ଦାବୀ କରିଛନ୍ତି। ମୃତକଙ୍କ ବଡ ଭାଇ ତପନ ନାଏକ ପରିବାର ଶୋକାକୁଳ ଅବସ୍ଥାରେ ଥିବା ଵେଲେ ଗ୍ରାମରୁ ଦୁଇ ଦୁଇ ଟି ଶିକ୍ଷିତ ଆଦର୍ଶ ବ୍ୟକ୍ତିଙ୍କୁ ହରାଇ ଥିବାରୁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
Nalco
Leave A Reply