Odisha news

ଗେଲ ଇଣ୍ଡିଆର ମନମାନି କାମ, ରାସ୍ତା ଖୋଲିବାରୁ ଯାତାୟତ ବନ୍ଦ

0
ଜମନକିରା,୧୮/୮: ଜମନକିରା ବ୍ଲକ ଟିକିଲିପଡ଼ା ପଂଚାୟତ ବାଦିବାହାଲ ଜାତୀୟ ରାଜପଥ ୫୩ ଠାରୁ ଭୋଜପୁର କୁ ସଂଯୋଗ କରୁଥିବା ଟାଙ୍ଗରାଣି ଛକ ପର୍ଯ୍ୟନ୍ତ ଥିବା ରାସ୍ତା ଉପରେ ଗେଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ପାଇପ ଲାଇନ ବିଛା ଯାଇ ରାସ୍ତା ମଝିରେ ଖୋଲି ଦେଇଥିବା ଯୋଗୁଁ ସେହି ରାସ୍ତାରେ ଯାତାୟତ କରୁଥିବା ୬/୭ ଟି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ନିଜେ ନିଜେ ପରିଶ୍ରମ କରି ପଥର, ଗୋଡ଼ି, ମାଟି ବିଛେଇ ରାସ୍ତା ତିଆରି କରିଛନ୍ତି।
ସୂଚନା ଯୋଗ୍ୟ ଯେ, ରାଜରାସ୍ତା ୫୩ ବାଦିବାହାଲ ଠାରୁ ବଞ୍ଜାରି ଛକ ମଧ୍ୟରେ ଘୁଷୁରାଗୁଡା, ଜୁନାଡିହି, ଭାଲୁଚୁଆଁ, ବଞ୍ଜାରୀ, ପାଲୋଖମନ୍ ଆଦି ୬/୭ ଟି ଗାଁ ରହିଛି। ଏହି ଗାଁର ଜନସାଧରଣ ପ୍ରତହ୍ୟ ବିଭିନ୍ନ କାମ ପାଇଁ ରାସ୍ତାରେ ଯାତାୟତ କରିଥାନ୍ତି। ତେବେ କିଛି ମାସ ପୂର୍ବରୁ ଗ୍ୟାସ ପାଇପ ଲାଇନ ବିଛୋଉଥିବା ଗେଲ ଇଣ୍ଡିଆ ଠିକା ସଂସ୍ଥା ରାସ୍ତା ମଝିରେ ପ୍ରାୟ ୬ ଫୁଟ ଓସାର ଏବଂ ୧୦ଫୁଟ ଗର୍ତ୍ତ ଖୋଲି କେବଳ ମାଟି ଭର୍ତ୍ତି କରି ପଲେଇଥିଲେ।
ତେବେ ଚଳିତ ବର୍ଷ ଏହି ବର୍ଷା ପାଣିରେ ମାଟି ସବୁ ଧୋଇ ହୋଇ ଯାଇଥିଲା। ଫଳଲେ ବିରାଟ ଗାତ ହୋଇ ଲୋକେ ଯାତାୟତରେ ଅସୁବିଧା ଭୋଗିଥିଲେ। ଏନେଇ ଅଞ୍ଚଳ ବସି ଗେଲ ଇଣ୍ଡିଆ ଠିକା ସଂସ୍ଥାକୁ ଅଭିଯୋଗ କରିଥିଲେ ସୁଦ୍ଧା କର୍ଣ୍ଣପାତ କରିନଥିଲେ। ପରେ ଅନ୍ୟୋନପାୟୀ ହୋଇ ଗାଁ ଲୋକ ମିଶି ମାଟି, ଗୋଡ଼ି, ପଥର ଭର୍ତ୍ତି କରି କିଛିଟା ରାସ୍ତା ସଜାଡ଼ିଛନ୍ତି। ତେବେ ପିଚୁ ରାସ୍ତାକୁ ଖୋଲି ପିଚୁ କରାଯାଇନାହିଁ। ଏମିତି ଅନେକ ସମସ୍ୟା ଦେଖା ଦେଇଥିବା ବେଳେ ଗେଲ ଇଣ୍ଡିଆର ଏଭଳି ମନମୁଖୀ କାର୍ଯ୍ୟ କୁ ଲୋକେ ନାପସନ୍ଦ କରିଛନ୍ତି। ଖୁବ୍ ଶୀଘ୍ର ରାସ୍ତାକୁ ପିଚୁ ନକଲେ ଲୋକେ ଆନ୍ଦୋଳନ କରିବେ ବୋଲି ଦାବି କରିଛନ୍ତି।  ଏ ସଂକ୍ରାନ୍ତରେ ଗେଲ ଇଣ୍ଡିଆର ଅଧିକାରୀ ମିଥିଲେଶ କୁମାରଙ୍କୁ ଯୋଗାଯୋଗ କରି ପଚାରିବାରୁ ରାସ୍ତାକୁ ସଜାଡି ଦେଇଥିବା କଥା କହିଥିଲେ।
Leave A Reply