ଜମନକିରା,୬/୭: ନେହେରୁ ଯୁବକେନ୍ଦ୍ର ସମ୍ବଲପୁରର ଆହ୍ୱାନକ୍ରମେ ସ୍ଥାନୀୟ ବିର୍ସା ମୁଣ୍ଡା ଯୁବ କ୍ଲବ ଓ କେନାଢିପା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡାକ୍ତର ବାସନ୍ତୀ ତଣ୍ଡିଆଙ୍କ ସଭାପତିତ୍ୱରେ ବିଶିଷ୍ଟ ଶିକ୍ଷାବିତ ଓ ରାଜନେତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତି ଉତ୍ସବ ହସ୍ପିଟାଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳ ଜଣେ ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଡାକ୍ତର ନିରୁପମା ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶ୍ୟାମା ପ୍ରସାଦଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ତ୍ୟାଗପୁତ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ସଭାକୁ ନେହେରୁ ଯୁବକେନ୍ଦ୍ରର ଜମନକିରା ବ୍ଲକ ସ୍ବେଛାସେବୀ ଶମ୍ଭୁନାଥ ସାହୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଅନ୍ୟତମ ସ୍ବେଛାସେବୀ ମାନସ ଦେହୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ହିସ୍ପିଟାଲ ପକ୍ଷରୁ ବିଜୟ ରଞ୍ଜନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଡାକ୍ତର ମୁଖାର୍ଜୀଙ୍କ ସ୍ମୁତିରେ ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଫିତା କାଟି ଉଦଘାଟନ କରିଥିଲେ। ଡାକ୍ତର ତଣ୍ଡିଆଙ୍କ ସହ ମୋଟ କୋଡିଏ ଜଣ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ନାଏକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ତରୁଣୀ ନାୟକ, ସମାଜସେବୀ ପ୍ରଦୀପ ମହାକୂଲଙ୍କ ସମେତ ବ୍ଳକର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାତା ଗଣଙ୍କୁ ରେଡ଼କ୍ରସ ପକ୍ଷରୁ ମୁଖ୍ୟ ଅତିଥି ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ କୁ ଅଜିତ ପ୍ରଧାନ,ନମାନି ହେମ୍ବ୍ରମ, ସତ୍ୟପ୍ରିୟ ଧୂରୁଆ, ମାନସ ଦେହୁରୀ ପ୍ରମୁଖ ପରିଚାଳନା କରିଥିଲେ।
