Odisha news

ମୁକ୍ତେଶ୍ଵର ସାହିତ୍ୟ ସଂସଦ ଓ ସୁବର୍ଣ୍ଣ ସ୍ମୃତି ଆସର

0
ଜମନକିରା,୨/୪: ଜମନକିରା ବ୍ଲକ ବାବା ମୁକ୍ତେଶ୍ଵର ମନ୍ଦିର ପରିସରରେ ଆଜି ପୂର୍ଵହ୍ନ ସାଢେ଼ ୧୧ଟା ସମୟରେ ମୁକ୍ତେଶ୍ଵର ସାହିତ୍ୟ ସଂସଦ ଓ ସୁବର୍ଣ୍ଣ ସ୍ମୃତି ଆନୁକୁଲ୍ୟରେ କବିତା ପାଠ ଜମନକିରା ସାହିତ୍ୟ ସଂସଦ ଓ ସୁବର୍ଣ୍ଣ ସ୍ମୃତି ଆନୁକୁଲ୍ୟରେ ପଞ୍ଚ ବାର୍ଷିକ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂସଦର ସଭାପତି ମୁରଲୀଧର ନାଏକଙ୍କ ସଭାପତିତ୍ବରେ ଅତିଥି ସମ୍ମାନୀୟ ଅତିଥି ଭାବେ ପ୍ରଫୁଲ୍ଲ ମହାପାତ୍ର ଦେବଗଡ଼, ମୂଖ୍ୟ ବକ୍ତା ଭାବେ ଓମ୍ ପ୍ରକାଶ ଯୋଶୀ ବରଗଡ ଯୋଗଦାନ କରିଥିଲେ। ଏହି ଅବସରରେ ଦେବଗଡ଼, ସମ୍ବଲପୁର,ବରଗଡ ଓ ଝାରସୁଗୁଡ଼ା ଜିଲ୍ଲାରୁ ଅନେକ କବି ଓ କବୟିତ୍ରୀ ଯୋଗଦାନ କରିଥିଲେ। ଫାଶୀମାଲ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ଦଳବେହେରା କବିତା ପାଠର ସଂଯୋଜନା କରିଥିଲେ। କବି ଓ କବୟିତ୍ରୀ ମାନେ ନିଜସ୍ୱ ଲିଖିତ କବିତା ପଠନ କରିଥିଲେ। ସେଥିମଧ୍ୟରୁ ଅନେକ କବିତା ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କ ମନ୍ତ୍ର ମୁଗ୍ଧ କରିଥିଲା। ଏହି ଅବସରରେ ଅନେକ କବି ଓ କବୟିତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ସମ୍ପାଦକ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।
Nalco
Leave A Reply