Odisha news

ସ୍ତ୍ରୀ କୁ ମାଡ଼ ପିଟ କରିବା ଅଭିଯୋଗରେ ସ୍ବାମୀ ଗିରଫ

0
ଜମନକିରା,୩୦/୩: ଜମନକିରା ଥାନା କସଡା ଗାଁର ମମି ପଟ୍ଟା ଭଲ ପାଇ ଦେବଗଡ଼ ଜିଲ୍ଲା ଚିରୁଗୁନିଖୋଲ ଗାଁର କୁମର ମଣୀ ପଟ୍ଟା କୁ ବିଭା ହୋଇଥିଲେ।
ପୋଲିସର ସୂଚନା ଅନୁଯାୟୀ, ଗତ ୬/୭ ବର୍ଷ ତଳେ ଉଭୟ ପ୍ରେମ ବିବାହ କରିଥିଲେ। ତେବେ ବିବାହ କିଛିଦିନ ପରେ ମିମୀଙ୍କୁ ସ୍ୱାମୀ ଝଗଡ଼ା ଓ ମାରପିଟ କରିଥିଲେ। ତେଣୁ ସେ ନିଜ ଶଶୁର ଘର ଛାଡ଼ି ନିଜ ବାପା ଘର କଷଦା ଗାଁରେ ଆସି ରହୁଥିଲେ। ଗତକାଲି କୁମରମଣି ଏଠାରେ ପହଞ୍ଚି ପୁନର୍ବାର ମାରପିଟ କରିବାରୁ ଆଜି ମିମି ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଥାନାରେ ଏକ ମାମଲା ରୁଜୁ କରି କୁମରମଣି କୁ ଗିରଫ କରାଯାଇଛି। ଏନେଇ Jamankira PS Case No 35, DTD 29.3.23 U/S 498A/323/307/506 IPC ମାମଲା ରୁଜୁ କରାଯାଇ ତଦନ୍ତ ଜରୀରଖିଛି।

Leave A Reply