ଜମନକିରା,୨୮/୩: ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଘାଟିରେ ଆଜି ପୂର୍ବାହ୍ନ ସାଢେ଼ ୧୦ଟା ସମୟ ପାଖାପାଖି ଏକ ଟ୍ରୋଲର ସହ ଏକ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ନରେଶ ପ୍ରଧାନଙ୍କ (୨୭) ମୃତ୍ୟୁ ଘଟିଛି। ବାଇକ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାରେ ଟ୍ରଲର ମଧ୍ୟ ଓଲଟି ପଡୁଛି। ଜମନକିରା ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ପଠେଇଦେଇ ଅଧିକ ତଦନ୍ତ ଜାରି ରଖିଛି। ବାଇକ ଚାଳକ ସୁନ୍ଦରଗଡ ଜିଲ୍ଲା ନୁପୁରପେଟ ବୋଲି ଜଣାପଡିଛି।