ଜମନକିରା,୨୬/୩: ସମ୍ବଲପୁର ଜିଲ୍ଲା ଜମନକିରା ଥାନାରେ ଆଜି ଏକ ଅଭାବନୀୟ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ କୋର୍ଟ ହାଜତକୁ ପଥେଇଥିବା ନେଇ ପୋଲିସ କହିଛି।
ପୋଲିସର ସୂଚନା ଅନୁଯାଇ, ଜମନକିରା ଥାନା କଟଙ୍ଗପାଣି ଗ୍ରାମର ଶିବପ୍ରସାଦ ପଟେଲ ତାଙ୍କର ପୁତୁରା ବୋହୂ ଗ୍ରାମର ରୁପେଶ ରଣା ନାମକ ଜଣେ ଯୁବକ ସହିତ ଅନୈତିକ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ। ଫଳରେ ତାଙ୍କ ପୁତୁରା ପଞ୍ଚାନନ ପଟେଲଙ୍କୁ ବୋହୂ ଖରାପ ରାସ୍ତାରେ ଯାଉଛି ବୋଲି ସୁଚେଇ ଦେଇଥିଲେ। ମାତ୍ର ଶିବଙ୍କୁ ଓଲଟା ତାଙ୍କ ବୋହୂ ତୁମ ପାଖରେ କି ପ୍ରମାଣ ଅଛି ବୋଲି ପ୍ରଶ୍ନ କରିଥିଲେ। ଏଥିସହ ଶିବ ତାଙ୍କୁ ବଦନାମ କରୁଛନ୍ତି ବୋଲି ଆରୋପ କରିଥିଲେ। ପ୍ରମାଣ ଖୋଜିବାକୁ ଯାଇ ଶିବ ପ୍ରସାଦ ପ୍ରମାଣ ପାଇଁ ରୂପେଶ ଓ ତାଙ୍କ ପୁତୁରା ବୋହୂ ନମିତାର ଅଶ୍ଳୀଳ ଭିଡିଓ ଓ ଫଟୋ ଖୋଜି ବାହାର କରିଥିଲେ। ପରେ ତାଙ୍କ ପୁତୁରା କୁ ଦେଖାଇ ଥିଲେ। ସେ ସମୟରେ କଥା କୁ ଆଗକୁ ନ ବଢାଇ ଦୁଇ ପରିବାର ବର୍ଷେ ହେବ ଚୁପ ରହିଥିଲେ।
କିନ୍ତୁ ହଠାତ କଣ ହେଲା କେଜାଣି ଦୁଇଦିନ ପୂର୍ବରୁ ପଞ୍ଚାନନ ଓ ନମିତା ସମ୍ବଲପୁର ଏସପିଙ୍କ ନିକଟରେ ତାଙ୍କର କକାଶୁର ଅଶ୍ଳୀଳ ଭିଡିଓ ଭାଇରାଲ କରୁଛି ବୋଲି ଅଭିଯୋଗ କରିଥିଲେ। ଫଳରେ ଆଜି ଜମନକିରା ପୋଲିସ ନମିତାର କକା ଶଶୁର ଶିବ ପ୍ରସାଦ ଓ ଅଶ୍ଳୀଳ ଭିଡିଓରେ ନମିତା ସହିତ ଥିବା ରୁପେଶ କୁ ଥାନାକୁ ଆଣି ମାମଲା ରୁଜୁ ପରେ କୋର୍ଟ କୁ ଚାଲାଣ କରିଛି। ଏ ସମ୍ପର୍କରେ ଆମ ପ୍ରତିନିଧି ଶିବ ପ୍ରସାଦଙ୍କ ସ୍ତ୍ରୀଙ୍କ ପ୍ରତିକ୍ରିୟା ନେବାରୁ ଆମ ଜମି ବାଡି ଭାଗ ବଣ୍ଟାକୁ ନେଇ ମନୋମାଲିନ୍ୟ ହେବାରୁ ବିଗତ ଘଟନାକୁ ନେଇ ମୋ ସ୍ବାମୀଙ୍କ ବିରୋଧ ରେ ମିଛ କେସ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଯଦି ମୋ ସ୍ବାମୀ ଭିଡିଓ ଭାଇରାଲ କରିଥାନ୍ତେ ତାହେଲେ ଗତ ବର୍ଷରୁ କରିଥାନ୍ତେ ଏପର୍ଯ୍ୟନ୍ତ କାହାରି ମୋବାଇଲରେ ତ ଦେଖିବାକୁ ମିଳିନି ତାହେଲେ ମୋ ସ୍ବାମୀ ଭାଇରାଲ କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି। ଅଯଥାରେ ମୋ ସ୍ବାମୀଙ୍କୁ ଗିରଫ କରାଯାଇଥିବା ନେଇ ଓଲଟା ଅଭିଯୋଗ କରିଛନ୍ତି।