Odisha news

ଦେବସେନା ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ

0
ଜମନକିରା,୧୪/୨: ଜମନକିରା ବ୍ଲକ ଭୋଜପୁର ଦେବସେନା ହିନ୍ଦୁ ସଂଗଠନ ପକ୍ଷରୁ ଯୁବକ ମାନେ ଏକତ୍ରିତ ହୋଇ ପୁଲୱାମା ଠାରେ ସହିଦ ହୋଇଥିବା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ୨୦୧୯ମ ଫେବୃଆରୀ ୧୪ ଗୁରୁବାର ଦିନ ଜାମ୍ମୁ କାଶ୍ମୀର ପୁଲୱମା ଠାରେ ଘଟି ଯାଇଥିବା ଘଟଣା, ଆତଙ୍କବାଦି ମାନେ ସିଆରପିଏପ ବସକୁ ଲକ୍ଷକରି ଆତ୍ମଘାତୀ ବୋମା ବିସ୍ପୋରଣ କରିଥିଲେ। ସେଥିରେ ୪୦ ରୁ ଉର୍ଦ୍ଧ ଯବାନ ସହିଦ ହୋଇଥିଲେ।
ଆଜି ସେହି ଯବାନ ମାନଙ୍କ ବଳିଦାନ କୁ ମନେ ପକେଇ ଜମନକିରା ବ୍ଲକ ଭୋଜପୁର ଗୁଦ୍ରପଡା ଦେବସେନା ହିନ୍ଦୁ ସଂଗଠନ ତରଫରୁ ଜିଲ୍ଲା ଅଧକ୍ଷ ଭୀକୁ ନାୟକଙ୍କ ନେତୃତ୍ବରେ ଅଞ୍ଚଳର ଅନେକ ଦେବସେନା ସୈନିକ ବନ୍ଧୁମାନେ ସହିଦ ଦିବସ ପାଳନ କରି ସହିଦ ହୋଇଥିବା ସେନାଙ୍କୁ ଦ୍ଵୀପ ପ୍ରଜ୍ଵଲନ କରି ଶ୍ରଦ୍ଧାଞ୍ଜଳୀ ଦେବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ଶ୍ରଦ୍ଧାଂଜଳି ସମୟରେ ସଂଘଠନର ଅତୁଲ୍ୟ, ଗଗନ, ପ୍ରମୁଖ ଅନେକ ଯୁବକ ଉପସ୍ଥିତ ଥିଲେ।
Nalco
Leave A Reply