Odisha news

୬ଶହ ମିଟର ବିଦ୍ୟୁତ ତାର କାଟି ଦେଲେ ଦୁର୍ବୃତ୍ତ, ୨୦ ଘଣ୍ଟାରୁ ଅଧିକ ଯୋଗାଣ ବାଧାପ୍ରାପ୍ତ

0
ଜମନକିରା,୧୪/୨: ଜମନକିରା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ଫୁଲକୁସୁମ ଠାରୁ ଭୋଜପୁର ରାସ୍ତା ମଝିରେ ଲାଗିଥିବା ବିଦ୍ୟୁତ ତାରକୁ ଦୁର୍ବୃତ୍ତ ମାନେ କାଟି ଦେଇଥିବାରୁ ଗତ ରାତି ୧୨ ଘଣ୍ଟାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ସରବରାହ ହୋଇନାହିଁ।
ସୂଚନା ଯୋଗ୍ୟ ଯେ, ଦୂର୍ବୁର୍ତ୍ତ ମାନେ ଫୁଲକୁସମ ପାଖରେ ୧୨ ଗୋଟି ସ୍ପାନ୍ ରେ ଲାଗିଥିବା ତିନି ଗୋଟି ତାରକୁ କାଟି ଗୁଡ଼ାଇ କରି ନେବା ପାଇଁ ଚେଷ୍ଟା କରିଥିଲେ। ଯାହାକି ୬ଶହ ମିଟର ରୁ ଅଧିକ ତାର ରହିଛି। ତାର ଗୁଡ଼ିକ ଗୁଡ଼ାଇ ଗୁଡ଼ାଇ ନେବା ପାଇଁ ବ୍ୟବସ୍ଥା କରୁଥିଲେ। ତେବେ କୌଣସି କାରଣ ବଶତଃ ନେଇ ପାଇନଥିବା ଜଣାଯାଇଛି। ବିଦ୍ୟୁତ ତାର ଗତ ରାତିର କାଟି ଦେଇଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ମୁଖ୍ୟତଃ ପାଣି ସମସ୍ୟା ପାଇଁ ଜନସାଧାରଣ ଡହକ ବିକଳ ହୋଇଛନ୍ତି। ଖବର ଲେଖା ଯିବା ପର୍ଯ୍ୟନ୍ତ ସରବରାହ ସ୍ଵାଭାବିକ ହୋଇନାହିଁ। ସେକ୍ସନ ଅଧିକାରୀ ବ୍ରହ୍ମାନନ୍ଦ ସାହୁଙ୍କୁ ଯୋଗାଯୋଗ କରିବାରୁ ଅଦ୍ୟାବଧି ଶତକଡା ୬୦ ପ୍ରତିଶତ କାମ ସରିଛି ବାକି ୪୦ ପ୍ରତିଶତ ଆଉ ୩/୪ଘଣ୍ଟା ଲାଗିବ ବୋଲି କହିଥିଲେ। ହେଲେ ପଟ୍ରୋଳିଂ ଠିକ ରେ ହେଉନଥିବା ଯୋଗୁଁ ଦୁର୍ବୃତ୍ତ ମାନଙ୍କ ସାହସ ବେଶି ବଢ଼ି ଯାଉଛି ବୋଲି ଅଭିଯୋଗ ହେଉଛି
Nalco
Leave A Reply