ଜଳେଶ୍ୱର-କରୋନା ସଂକ୍ରମଣକୁ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା ଲକ୍ଡାଉନ୍ ଓ ସଟ୍ଡାଉନ୍ ନିୟମ ଏକପ୍ରକାର ପ୍ରହସନ ପାଲଟିଥିବା ଦେଖାଦେଇଛି । ବାଲେଶ୍ୱର ଜିଲ୍ଲା ରେଡ୍ ଜୋନ୍ ଭାବେ ଥିଲେ ମଧ୍ୟ ଜଳେଶ୍ୱର ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଏହାକୁ ନେଇ କୈାଣସି ପ୍ରକାର ଚିନ୍ତା କିମ୍ବା ଭୟ ଦେଖିବାକୁ ମିଳୁନାହିଁ । ପୁଲିସ ଓ ପ୍ରଶାସନ ତରଫରୁ ନାଁ କୁ ମାତ୍ର ଚଢ଼ାଉ କରାଯାଇ ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ଜନଗହଳି ତଥା ଭିଡ଼ ନିୟନ୍ତ୍ରଣ କରାଯାଇ ପାରୁନାହିଁ ।
ଯାହାର ଜ୍ୱଳନ୍ତ ପ୍ରମାଣ ଆଜି ଜଳେଶ୍ୱର ସହରରେ ପରଲଖିତ ହୋଇଛି । ସପ୍ତାହନ୍ତ ସଟ୍ଡାଉନ୍ ପରେ ଆଜି ସୋମବାର ସହରର ବଡ଼ବଜାର ଛକ ଠାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବସୁଥିବା ପରିବା ଦୋକାନୀ ଓ ଅନ୍ୟ ଦୋକାନୀ ମାନଙ୍କ ଠାରୁ କିଣାକିଣି କରିବା ପାଇଁ ପ୍ରବଳ ଜନଗହଳି ହୋଇଥିଲା । ସତେ ଯେପରି ଲକ୍ଡାଉନ୍ ଉଠିଯାଇଛି ବୋଲି ଜଣାପଡ଼ୁଥିଲା । କୈାଣସି ପ୍ରକାର ସାମାଜିକ ଦୂରତ୍ୱ ଅବଲମ୍ବନ ନକରି ମାସ୍କ ନଲଗାଇ ପରସ୍ପର ଭିଡ଼ାଭିଡ଼ି ହୋଇ ଜିନିଷପତ୍ର କିଣାବିକାର ଦୃଶ୍ୟ କୁ ଦେଖି ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି ।
ଜଳେଶ୍ୱର ସହର ପଶ୍ଚିମବଂଗ ସୀମାନ୍ତବର୍ତ୍ତୀ ହୋଇଥିବାରୁ ଏଠାରେ କରୋନାର ପ୍ରକୋପ ର ଭୟାବହତା ଅଧିକ ବୋଲି ପ୍ରଶାସନିକ ଅଧିକାରୀଙ୍କ ଠାରୁ ଜନସାଧାରଣ ଅବଗତ ଥିଲେ ମଧ୍ୟ ଏହିଭଳି କୋଭିଡ ନିୟମକୁ ଖୁଲୁମଖୁଲ୍ଲା ଉଲଂଘନ କରିବା କରୋନା ସଂକ୍ରମଣ କୁ ଆମନ୍ତ୍ରଣ କରିବା ସଂଗେ ସମାନ ବୋଲି ମତପ୍ରକାଶ ପାଇଛି । ଏହାକୁ ଲଗାମ ନ ଲଗାଇଲେ ଆଗାମୀ ଦିନରେ କରୋନା ଭୂତାଣୂ କବଳରେ ଜଳେଶ୍ୱରରେ ରହିଥିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

Comments are closed.