Odisha news

ଜଳେଶ୍ୱରର ଗୌରବ : ନବୀନ ପରିଡା ଓଡିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନୀତ

0

ଜଳେଶ୍ୱର : ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା କରାଯାଇଛି । ୨୦୧୫ ଓ ୨୦୧୬ ପାଇଁ  ଗତ ୧୦ ତାରିଖରେ ପ୍ରତିଷ୍ଠାନର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପରି ସମ୍ମାନ ଓଡିଶାର କେତେକ ବରପୁତ୍ରଙ୍କୁ ଦିଆଯାଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ନାଟୁଆ ଓ ଅନ୍ୟାନ୍ୟ ନାଟକର ଲେଖକ ନବୀନ କୁମାର ପରିଡା ମଧ୍ୟ ଏପରି ସମ୍ମାନ ପାଇବାରେ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଶ୍ରୀ ପରିଡା ୧୯୫୪ ମସିହାରେ ଜମାଳପୁର ଗାଁର ବାପା ହରିଶ୍ଚନ୍ଦ୍ର ପରିଡା ଓ ମା ବିଷ୍ଣୁପ୍ରିୟାଙ୍କ କୂଳମଣ୍ଡନ କରି ୧୯୭୨ ମସିହାରେ ବିଶ୍ୱନାଥ ଏକାଡେମୀରୁ ମ୍ୟାଟ୍ରିକ ପାସ୍ କରିଥିଲେ । ଦୀନକୃଷ୍ଣ କଲେଜରୁ ଆଏ ଓ ଏମ୍ପିସି କଲେଜରୁ ବିଏ ପାସ୍ କରି କୋଲକତାସ୍ଥିତ ରବିନ୍ଦ୍ର ଭାରତୀ ବିଦ୍ୟାଳୟରୁ ନାଟକ ବିଷୟରେ କୃତିତ୍ୱର ସହ ପାସ୍ କରିଥିଲେ । ଭୁବନେଶ୍ୱରସ୍ଥିତ ଉକôଳ ସଂଗୀତ ମହାବିଦ୍ୟାଳୟରେ ୧୯୮୩ ମସିହାରେ ଅଧ୍ୟାପକଭାବେ ଯୋଗ ଦେଇଥିଲେ । ୨୦୦୭ ମସିହାରେ ମୁଖ୍ୟ ପ୍ରଫେସର ଥାଇ ୨୦୧୦-୧୨ଯାଏ ସେ ମହାବିଦ୍ୟାର ଅଧ୍ୟକ୍ଷଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ୧୦ଟି ବହି ମଧ୍ୟରୁ ୫ଟି ନାଟକ ଗୁଚ୍ଛରେ ୪୦ଟି ନାଟକ ରହିଛି । ସେଥିରୁ ନାଟୁଆ ଓ ଅନ୍ୟାନ୍ୟ ନାଟକ, ଅନ୍ଧପୁଟୁଳିର ଖେଳ , କଲେଜ ଯେତେ ହୁନ୍ଦର ଓ ଅନ୍ୟ ନାଟକ, ଡଷ୍ଟବିନ୍ ଓ ଅନ୍ୟାନ୍ୟ ନାଟକ ଓ ବାଇଚଢେଇର ଡେଣା ଓ ଅନ୍ୟାନ୍ୟ ନାଟକ ଅନ୍ୟତମ । ଏହା ବ୍ୟତିତ ସେ ନାଟ୍ୟକଥା, ବିଦ୍ୟାଳୟ, ନାଟ୍ୟଶିକ୍ଷା, ନାଟ୍ୟତ୍ରୟୀ, ମଂଚ ସଂଚସଜ୍ଜା ଓ ଆଲୋକ ବିନ୍ୟାସ, ନାଟକ ଓ ପ୍ରବନ୍ଧ ଏବଂ ଅଭିନେତା ଚରିତ୍ର ଓ ଅଭିନୟ ବିଷୟରେ ଲେଖିଛନ୍ତି । ତାଙ୍କର ଆଈ ଭାଗିରଥି ପାତ୍ର, ମା ବିଷ୍ଣୁପ୍ରିୟା, ମାଉସୀ କନକଲତା ଓ ସ୍ତ୍ରୀ ଜଣେ ସଂସ୍କୃତ ଶିକ୍ଷକ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରେରଣାରେ ସେ ଆଜି ଏପରି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି ବୋଲି କହିଥିଲେ । ଆଜି ଜଳେଶ୍ୱର ଅଂଚଳର ବହୁ ଗୁଣି, ଜ୍ଞାନୀ, ଶିକ୍ଷିତବ୍ୟକ୍ତି ତଥା ବିଧାୟକ ଅଶ୍ୱିନୀ କୁମାର ପାତ୍ର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply