Odisha news

ଅଖିଳ ଭାରତୀୟ କୃଷକ ସଭା ପକ୍ଷରୁ ସହିଦ୍ ଭଗତ୍ ସିଂହଙ୍କ ୧୧୪ ତମ ଜୟନ୍ତୀ ପାଳିତ

0

ଜଳେଶ୍ୱର : ସହିଦ୍ ଭଗତ୍ ସିଂହଙ୍କର ୧୧୪ ତମ ଜନ୍ମ ଜୟନ୍ତୀ ଅଖିଳ ଭାରତ କୃଷକ ସଭାର ଜଳେଶ୍ୱର ଶାଖା ପକ୍ଷରୁ ପଂଚୁଘଣ୍ଟାଠାରେ ପାଳନ ହୋଇଯାଇଛି । ସେ ଜଣେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଓ ସମାଜବାଦରେ ବିଶ୍ୱାସ କରୁଥିବା ଦେଶପ୍ରେମୀ । ମାତ୍ର ୨୩ବର୍ଷ ବୟସରେ ବ୍ରିଟିଶ ସରକାରର କଳା ଆଇନ୍କୁ ବିରୋଧ କରିଥିବା ଯୋଗୁଁ ତାଙ୍କୁ ଫାସୀ ଖୁଣ୍ଟରେ ଝୁଲିବାକୁ ପଡିଥିଲା ତାଙ୍କ ମତରେ ଶ୍ରମିକ, କଳକାରଖାନାରେ ଉତ୍ପାଦନର ମାଲିକାନା ଓ ଚାଷୀ ଅମଳ ଫସଲର ମାଲିକ ନ ହେବା ପର୍ଯ୍ୟନ୍ତ ଧନୀ ଗରିବର ବୈଶମ୍ୟ ଦୂର ହେବ ନାହିଁ ।

ସେ ଜାତି ଓ ଧର୍ମକୁ ବିରୋଧ କରୁଥିବା ବେଳେ ମାନବବାଦରେ ବିଶ୍ୱାସୀ ଥିଲେ । ତାଙ୍କର ସ୍ୱପ୍ନ ଏବେବି ଅଧୁରା ରହିଛି । କେନ୍ଦ୍ର ସରକାର କୃଷକ, ଶ୍ରମିକ ବିଲ ଆଣିଛନ୍ତି । କର୍ପୋରେଟ ହଟାଅ ଓ ଦେଶ ବଂଚାୟ କୃଷକ ବିରୋଧି ଆଇନ୍କୁ ପ୍ରତ୍ୟାହାର କରାଯାଇପାରିଲେ ଭଗତ୍ ସିଂଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରାଯାଇ ପାରିବ ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଲକ୍ଷ୍ମୀଧର ପଲେଇଙ୍କ ସଭାପତିତ୍ୱରେ ଦିଲ୍ଲୀପ କୁମାର ଗିରି, ଶିଶିର କୁମାର ହୁଇ, ଆରତୀ ପଲାଇ, ବିଶ୍ୱନାଥ ସିଂହ, ଆରତୀ ଦେବନାଥ, ସଂଜୁ ନାୟକ ପ୍ରମୁଖ ଭଗତ୍ ସିଂହଙ୍କ ଦେଶପ୍ରୀତି ସଂପର୍କରେ ବକ୍ତବ୍ୟ ରଖିଥିବା ବେଳେ ଶୁଭମ୍ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply