Odisha news

କଳାକାର ସଂଘ ପକ୍ଷରୁ ବିଜୟ ମହାନ୍ତିଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ସଭା

0

ଜଳେଶ୍ୱର : ଚଳଚିତ୍ର ଜଗତର ବର୍ଷିଆନ୍ ଅଭିନେତା ବିଜୟ ମହାନ୍ତିଙ୍କ ସୋମବାର ଦିନ ଅକାଳ ବିୟୋଗରେ ଜଳେଶ୍ୱର କଳାକାର ସଂଘ ପକ୍ଷରୁ ଏକ ଶୋକସଭା ସାମାଜିକ ଦୂରତ୍ୱ ଅବଲମ୍ବନ କରି ମଙ୍ଗଳବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରର ବଡବଜାର ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯାତ୍ରାଜଗତର କଳାକାର ଗୌର ଦାସ ପୌରହିତ୍ୟ କରି ଚଳଚିତ୍ର ଜଗତକୁ ବିଜୟ ମହାନ୍ତିଙ୍କର ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ତାଙ୍କ ଉଦେ୍ଦଶ୍ୟରେ ୨ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଲୋକ କଳାକାର ଚନ୍ଦ୍ର ମୋହନ ରାଉଳ, ସମାଜସେବି କମଳଚକ୍ରବର୍ତ୍ତୀ, ସୁଦାମ ପାତ୍ର, ରାଧାରାଣୀ ପାତ୍ର, ଜଗଦୀଶ ନନ୍ଦୀ, ରାଜକୁମାର ରାଉଳ, ଆଶିଷ କୁମାର ଗିରି, ନବେନ୍ଦୁ ପ୍ରଧାନ, ପଞ୍ଚାନନ ଜେନା, ଉତ୍ତର ଓଡିଶା କଳାକାର ସଂଘର ସଂପାଦକ ପ୍ରଫୁଲ୍ଲ କୁମାର ଘୋଷ, ରାଧାକୃଷ୍ଣ ଗିରି, ଓଡିଶୀ ନୃତ୍ୟଶିଳ୍ପୀ ସୁଶାନ୍ତ ବେହେରା, ଆର୍ଆଇ ମାନସ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିନେତା ବିଜୟ ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ସାଧାରଣ ସଂପାଦକ ମନୋରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply