Odisha news

ଜଳେଶ୍ୱରରେ କରୋନା ପଜେଟିଭ୍ ସଂଖ୍ୟା ୧୨୮ ଡେଇଁଲା : ଅଧିକ ସ୍ୱାବ ପରୀକ୍ଷା ଦାବି

0

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଓ ମୁ୍ୟନିସିପାଲଟି ଅଞ୍ଚଳରେ ଲଗାତର ସ୍ୱାବ ପରୀକ୍ଷା ହେଉନଥିଲେ ମଧ୍ୟ ଅଦ୍ୟାବଧି ୧୨୮ଜଣ କରୋନା ପଜେଟିଭ୍ ବାହାରିବାପରେ ସେମାନଙ୍କ ଚିକିସôା ବ୍ୟବସ୍ଥା ହୋଇଛି । ବ୍ଲକ ଅଞ୍ଚଳରେ ୭୪ଜଣ ଓ ପୌର ପାଳିକାରେ ୫୪ଜଣଙ୍କ ସ୍ୱାବ ଟେଷ୍ଟରେ କରୋନା ପଜେଟିଭ୍ ଥିବା ଜଣା ଯାଇଛି । ଏହା ବ୍ୟତୀତ ଜଳେଶ୍ୱର ଅଞ୍ଚଳର ଏକ କଲେଜର ୨ଜଣ ଅଧ୍ୟାପକ ବାଲେଶ୍ୱରରେ ରହୁଥିଲେ ମଧ୍ୟ ସେମାନଙ୍କ ପଜେଟିଭ୍ ସଂପର୍କରେ କୁହାଯାଇଛି ।

ଏପରିକି ମସ୍କଟ ଓ କୋଲକତାରେ ରହୁଥିବା ଜଳେଶ୍ୱରର ୨ ଯୁବକଙ୍କ କରୋନା ଆକ୍ରାନ୍ତରେ ମୃତ୍ୟ ଘଟିଥିବା ଜଣାଯାଇଛି । ଜଳେଶ୍ୱର ବ୍ଲକଟି ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାକୁ ଲାଗି ଥିବାରୁ ଏବଂ ଅମାନିଅ ମାନଙ୍କ ଯାତାୟାତରେ ଲଗାମ୍ ନ ଥିବାରୁ ଅଧିକ କରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ଏହି ଅଞ୍ଚଳରେ ଅଧିକ ସ୍ୱାବ ପରୀକ୍ଷା ଜରୁରୀ ବୋଲି ଜଳେଶ୍ୱର ଅଂଚଳର କେତେକ ଛାମୁଆ ସଂଗଠନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

IEC 2 years
Leave A Reply