Odisha news

ଦୀନକୃଷ୍ଣ ମହାବିଦ୍ୟାଳୟରେ ହେବ କୋଭିଡ଼୍-୧୯ କେୟାର ସେଣ୍ଟର

0

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଓ ମୁ୍ୟନିସିପାଲଟି ଅଂଚଳରେ କରୋନା ପଜେଟିଭ୍ ସଂଖ୍ୟା ଅଧିକ ଥିବାର ଜଣାଯିବାପରେ ଏ ଅଂଚଳର ସଂକ୍ରମିତଙ୍କୁ ପ୍ରାଥମିକ ସ୍ତରରେ ଚିକିତ୍ସ୍ୟା ଲାଗି ଜିଲ୍ଲା ପ୍ରଶାସନ ସ୍ଥିର କରିଛି । କୋଭିଡ଼୍ ହସ୍ପିଟାଲକୁ ନେବା ପୂର୍ବରୁ ସଂକ୍ରମିତଙ୍କୁ ଏହି ଅଂଚଳରେ ରଖି ସୁଶ୍ରୁଷା ଓ ଚିକିତ୍ସ୍ୟା କରାଯିବାର ସିଦ୍ଧାନ୍ତ ହୋଇଥିବାରୁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଆଜି ପୂର୍ବତନ ଉପଜିଲ୍ଲାପାଳ ତଥା ଏପିଡି ନିଲୁ ମହାପାତ୍ର, ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଅନୁଷ୍ଠାନ ଗୁଡିକୁ ବୁଲି ଦେଖିଛନ୍ତି । ଦୀନକୃଷ୍ଣ କଲେଜ ପରିସରରେ ଏହି କରୋନା କେୟାର ସେଣ୍ଟର କରାଯିବାକୁ ଶ୍ରୀ ମହାପାତ୍ର ସ୍ଥିର କରିଛନ୍ତି ।

ତାଙ୍କ ସହିତ ଜଳେଶ୍ୱର ବିଡିଓ ଦିପ୍ତିରଂଜନ ସେଠୀ, ପୌର ଅଧିକାରୀ ଅଜୟ କୁମାର ମହାପାତ୍ର, କଲେଜ ପରିସରକୁ ଯାଇ ବିଭିନ୍ନ ଦିଗପ୍ରତି ଦୃଷ୍ଟି ରଖିଥିଲେ । ପ୍ରକାଶଯୋଗ୍ୟ କରୋନା ସଂକ୍ରମଣ ଆରମ୍ଭ ଠାରୁ ବିନା ପଂଜିକରଣରେ ୫ହଜାର ପ୍ରବାସୀ ଆସିବାପରେ ଅନ୍ୟ ୬ହଜାର ପଂଜିକରଣ କରି ଆସିଥିବାର ସରକାରୀ ସୂତ୍ରରୁ ପ୍ରକାଶ । କିନ୍ତୁ ପୂର୍ବରୁ ସ୍ୱାବ ଟେଷ୍ଟ ବିଶେଷ ହୋଇନଥିବାରୁ ସଂକ୍ରମଣ ସଂଖ୍ୟା ଜଣାପଡିନଥିଲା । କିନ୍ତୁ ଗତ ୨ଦିନ ତଳେ ଜଳେଶ୍ୱର ମୁ୍ୟନିସିପାଲଟିର ଏକ ସଂଗେ ୧୨ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯିବାପରେ ପ୍ରଶାସନ ଚିହିଁକି ଉଠିଛି । ଅଦ୍ୟାବଧି ଜଳେଶ୍ୱର ବ୍ଲକ ଅଂଚଳରୁ ୧୬ ଜଣ ଓ ମୁ୍ୟନିସିପାଲଟି ଅଂଚଳରୁ ୧୫ଜଣଙ୍କୁ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୩ଦିନ ମଧ୍ୟରେ ମୁ୍ୟନିସିପାଲଟିର ୩୦୭ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି । କିନ୍ତୁ ଜଳେଶ୍ୱର ଅଂଚଳରେ କରୋନା ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରୁଛି ବୋଲି ଜଣାଯାଇଛି ।

Nalco

Leave A Reply