ଜଳେଶ୍ୱର -୦୭/୦୯ : ଜଳେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ଏକ ମାଗଣା ହୃଦ୍ରୋଗ ନିରୂପଣ ଓ ଚିକିତ୍ସ୍ୟା ଶିବିର ରୋଟାରୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଏସ୍ଡିପିଓ ଅଂକିତା କୁମ୍ଭାର ଉଦ୍ଘାଟନ କରିଥିବା ବେଳେ ସଭାପତି ଡା. ଦୀପ୍ତିମୟୀ ମହାପାତ୍ର ଓ ସଂପାଦକ ସତ୍ୟନାରାୟଣ ସିଂ ଏହାର ଆବଶ୍ୟକତା ଓ ଉପକାରୀତା ସଂପର୍କରେ କହିଥିଲେ । ଜଳେଶ୍ୱର ରୋଟାରୀ କ୍ଲବ ଓ ଭୂବନେଶ୍ୱରର ଆପୋଲ କ୍ଲବର ମିଳିତ ଆନୁକୂଲ୍ୟରେ ଜଳେଶ୍ୱରଠାରେ ପ୍ରତିବର୍ଷ ଏକ ବଡ ଶିବିର ଅନୁଷ୍ଠିତ ହୋଇଥାଏ । ଡା. ସୌମ୍ୟ ମଙ୍ଗରାଜ ଏଥିରେ ଅତିଥିଭାବେ ଯୋଗ ଦେଇ ୧୩୩ ଜଣ ବ୍ୟକ୍ତିଙ୍କୁ ହୃଦ୍ରୋଗ ସଂପର୍କରେ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣ ହୃଦ୍ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଜଳେଶ୍ୱର ରୋଟାରୀ କ୍ଳବ ପକ୍ଷରୁ ଆପୋଲ ହସ୍ପିଟାଲରେ ଚିକିସôା କରାଯିବ ବୋଲି ସଭାପତି କହିଛନ୍ତି । ରୋଟାରୀ ଜୋନ୍-୧ ଜିଲା ୩୨୬୨ର ଅଧ୍ୟକ୍ଷ ସୁରେଶ କୁମାର ସାହୁଙ୍କ ତତ୍ୱାବଧାନରେ ସୁବିର ସେନାପତି, ସତ୍ୟସୁନ୍ଦର ଦାସ, ସୁବ୍ରତ ରଣା, ଦୀପକ ସାହୁ, ପ୍ରବୀର ପ୍ରଧାନ, ଅଶୋକ ମହାନ୍ତି, ସତ୍ୟବ୍ରତ ଜେନା, ଲକ୍ଷ୍ମୀଧର ହାଁସଦା, ପ୍ରଭାତ ସାହୁ, ଦୀପ୍ତିରାଣୀ ନନ୍ଦି, ନନ୍ଦନ ଦତ୍ତ, ନିଶିକାନ୍ତ କର, ବଳରାମ ପାଳ, ତାରାପଦ ମହାନ୍ତି, ରାଜକିଶୋର ହୁଇ ପ୍ରମୁଖ ଶିବିର ପରିଚାଳନା କରିଥିଲୋ
