Odisha news

ଉନ୍ନୟନ କାର୍ଯ୍ୟ ଓ ବନ୍ୟା ପରବର୍ତ୍ତୀସ୍ଥିତି ସମୀକ୍ଷା କଲେ ସାଂସଦ

0

ଜଳେଶ୍ୱର-୦୬/୦୯ : – ଜଳେଶ୍ୱର ପୂର୍ତ୍ତ ବିଭାଗ ଡାକବଂଗଳାଠାରେ ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଢଙ୍ଗୀ ବନ୍ୟା ପରବର୍ତ୍ତୀ ସମୟର ସ୍ଥିତି ଓ କେତେକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଭିନ୍ନ ପଂଚାୟତର କ୍ଷତିଗ୍ରସ୍ତ ଅଂଚଳରେ ସରକାରୀ ସହାୟତା, କ୍ଷତିର ଆକଳନ ଓ ଆଗାମୀ ଦିନରେ ବିପନ୍ନଙ୍କୁ କିପରି ସହାୟତା ଦିଆଯିବ ସେ ସଂପର୍କରେ ସେ ଉପସ୍ଥିତ କର୍ମଚାରୀ ଓ ଦଳୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ବନ୍ୟାବେଳେ ବିଭିନ୍ନ ପଂଚାୟତରେ ଆଶ୍ରୟସ୍ଥଳୀ ହୋଇଥିବା ବେଳେ ଓଲମରା ପଂଚାୟତର ବ୍ରହ୍ମାପୁର ଓ ରାଜନଗରରେ ଆଶ୍ରୟସ୍ଥଳ ନ ହେବା ସଂପର୍କରେ ବିଡିଓଙ୍କ ଠାରୁ ଲିଖିତ ବିବରଣୀ ଚାହିଁଥିଲେ । ଚକସାହି ଶ୍ମଶାନ ଓ ଜଳାଶୟ, ସୁଗୋର ବିଶ୍ରାମାଗାର, କମାରଶାଳିଆର ଗ୍ରାମ୍ୟରାସ୍ତା, ନାମ୍ପୋର ନୟନଯୋଡିରୁ ଜବରଦଖଲ ଉଚ୍ଛେଦ ଓ ରାଇବଣିଆର ଶ୍ୟାମନଗର, ବରଡିହା, ଖୁଆଡ, ସର୍ଦ୍ଦାରବନ୍ଧ ଓ ରାଇବଣିଆ ପଂଚାୟତରୁ ହେଉଥିବା ମୋରମ ଚୋରି ରୋକିବାକୁ ସରକାରୀସ୍ତରରେ କହି ପ୍ରକାର ପଦକ୍ଷେପ ନିଆଯାଉଛି ପଚାରି ବୁଝିଥିଲେ । କୃଷି ସୂଚନାକେନ୍ଦ୍ର (ଆତ୍ମା)ର ନୂତନ କମିଟି ଗଠନ ଓ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ସାର ନ ମିଳିବା ସଂପର୍କରେ ସେ କୃଷି ଅଧିକାରୀ ପଚାରି ବୁଝିଥିଲେ । ପୌର ପାଳିକାରେ ସଫେଇ, ପିଇବାପାଣି ସମସ୍ୟା ଦୂର କରିବାଲାଗି ସେ ସ୍ଥାନୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନୂଆବଜାର ଓ ଚାଲନ୍ତିଠାରେ ନିର୍ମାଣାଧିନ ରେଳ ଉଡନ୍ତାପୋଲ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିଦେ୍ର୍ଦଶ ଦେବା ସହିତ ଜଳେଶ୍ୱର-ପଶ୍ଚିମବାର୍ଡ-କପାସିଆ ରାସ୍ତାର ମରାମତି ଶୀଘ୍ର ସାରିବାକୁ ପୁର୍ତ୍ତବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଜଳେଶ୍ୱର ରଂ ରୋଡ ନିର୍ମାଣ ଓ ଅତଡା ଖସିଥିବା ସ୍ଥାନ ଗୁଡିକର ନିର୍ମାଣ ଓ ମରାମତି ପାଇଁ ଜଳ ସଂପଦ ବିଭାଗକୁ କହିଥିଲେ । ଖୁଆଡରେ ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା ସଂପର୍କରେ ଜାଣିବାକୁ ଚାହିଁଥିଲେ । ବିଭାଗୀୟ କର୍ମକତ୍ତାଙ୍କ ସହିତ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରତିନିଧି ଶାନ୍ତୁନୁ ପଟ୍ଟନାୟକ, ଫାଲଗୁନୀ ପାଣିଗ୍ରାହୀ, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ଅରୁଣ ବେଜ, ସାବିତ୍ରୀ ଜେନା ଓ ଜଗନ୍ନାଥ ଗୋଚ୍ଛାୟତଙ୍କ ସହିତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Nalco
Leave A Reply