Odisha news

ବାଲେଶ୍ୱର ଜିଲ୍ଲା ବିଉଟିପାର୍ଲର ସଂଘ ଗଠିତ

0

ଜଳେଶ୍ୱର-୦୬/୦୯: – ଜଳେଶ୍ୱରର ଦେବିକନ୍ୟା ମେକ୍ଅପ୍ ଷ୍ଟୁଡିଓ ଠାରେ ଓଡିଶା ବିଉଟିଫିକେସନ୍ ୱେଲଫେୟାର ଏସୋସିଏସନ୍ର ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟ ସଭାପତି ସୁପ୍ରିୟା ମିଶ୍ର ସଭାପତିତ୍ୱ କରିଥିଲେ । ସଂଘୀୟ ଜୀବନ ଯାପନର ଆବଶ୍ୟକତା ଓ ଜନସାଧାରଣଙ୍କୁ ଅଧିକ ସୁବିଧା ସୁଯୋଗ ଦେବା ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ବାଲେଶ୍ୱର ଜିଲାର ସଭାନେତ୍ରୀଭାବେ ନିବେଦିତା ପ୍ରଧାନଙ୍କୁ ମନୋନୀତ କରାଯାଇଛି । ଜିଲ୍ଲାରେ ଥିବା ବିଉଟିପାର୍ଲର ଗୁଡିକ ସରକାରୀ ନିତିନିୟମରେ ଚଳିବାକୁ ଶ୍ରୀମତୀ ପ୍ରଧାନ ଅନୁରୋଧ କରିଥିଲେ । ସାମାଜିକ କ୍ଷେତ୍ରରେ ଜନସାଧାରଣଙ୍କର ସେବା କରିବା ଉଚିତ୍ ବୋଲି ରାଜ୍ୟ ଉପସଭାପତି କୃଷ୍ଣ ପ୍ରିୟା ତ୍ରିପାଠୀ , ସଂପାଦିକା ସୁନିତା ରାୟ, କାର୍ଯ୍ୟକାରୀ ସଦସ୍ୟା ଲୋପାମୁଦ୍ରା ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆସନ୍ତା ୧୬ ତାରିଖରେ କଟକସ୍ଥିତ ସହିଦ୍ ଭବନଠାରେ ରାଜ୍ୟର କାର୍ଯ୍ୟକାରିଣୀ ବୈଠକ ହେବ ବୋଲି ସ୍ଥିର କରାଯାଇଥିବା ସଭାପତି ସୁପ୍ରିୟା ମିଶ୍ର କହିଛନ୍ତି ।

Nalco
Leave A Reply