Odisha news

ବାତ୍ୟା ଆଶ୍ରୟସ୍ଥଳୀରେ ଦମକଳବାହିନୀ ପକ୍ଷରୁ ମକଡ୍ରିଲ

0

ଜଳେଶ୍ୱର-୨୨/୦୬ : -ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ଜଳେଶ୍ୱର ଅଂଚଳରେ ଥିବା ୩ଟି ବାତ୍ୟା ଆଶ୍ରୟସ୍ଥଳୀରେ ଜଳେଶ୍ୱର ଦମକଳ ବାହିନୀ ପକ୍ଷରୁ ମକଡ୍ରିଲ ପ୍ରଦର୍ଶିତ ହୋଇଛି । ଏଥିରେ ନିକଟସ୍ଥ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀ, ଯୁବକସଂଘ, ଛାତ୍ରଛାତ୍ରୀ, ଅଶାକର୍ମୀ, ଗ୍ରାମବାସୀ ତଥା ପରିଚାଳନା କମିଟି ସଦସ୍ୟ ମାନଙ୍କୁ ଦୀର୍ଘ ସମୟଧରି ବିପର୍ଯ୍ୟୟ ବେଳେ ଉଦ୍ଧାରକାର୍ଯ୍ୟ ସମ୍ପର୍କୀତ ପ୍ରଶିକ୍ଷଣ ଦିଆଯାଇଛି । ଏହି ଅବସରରେ କମାରଶାଳିଆ ବାତ୍ୟା ଆଶ୍ରୟସ୍ଥଳୀରେ ଆୟୋଜିତ ଶିବିରରେ ସରପଂଚ ବେଣୁଧର ଜେନା ସଭାପତିତ୍ୱ କରିଥିଲେ । ବ୍ଳକ ପକ୍ଷରୁ ଯୋଗାଣ ନିରୀକ୍ଷକ ସାଗରିକା ରାଉତରାୟ, ପରିଚାଳନା କମିଟି ସଂପାଦକ ଶରତ ପରିଡା, ରଣଜିତ୍ ହୁଇ, ଲାଇଫ ସ୍ୱେଚ୍ଛାସେବୀ ସଂଗଠନର ତ୍ରିଲୋଚନ ଗିରି ଯୋଗ ଦେଇ ବିପର୍ଯ୍ୟୟ ବେଳେ ବାତ୍ୟା ଆଶ୍ରୟସ୍ଥଳୀରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ସଂପର୍କରେ କହିଥିଲେ । ପାଇକସିଦା ବାତ୍ୟା ଆଶ୍ରୟସ୍ଥଳୀରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ଯୁଗଳ କିଶୋର ଜେନା ସଭାପତିତ୍ୱ କରିଥିଲେ ।

ବ୍ଳକର ମଂଗଳ ଅଧିକାରୀ ସୁଜୟ କୁମାର ଚାନ୍ଦ, ପରିଚାଳନା କମିଟି ସଂପାଦକ ବଂଶୀଧର ଗିରି,ସମବାୟ ସମିତି ସଦସ୍ୟ ଦିଲ୍ଲିପ ଗିରି ଓ ସ୍ୱେଚ୍ଛାସେବି ସଂଗଠନ ପକ୍ଷରୁ ଉମାକାନ୍ତ ଅଣ୍ଡିଆ ଓ ସୁବାସିଶ ଗିରି ଯୋଗ ଦେଇ ବିପର୍ଯ୍ୟୟ ପୂର୍ବ ଓ ପର ସମୟର ସହାୟତା, ଚିକିସôା ସଂପର୍କରେ କହିଥିଲେ । ଗୁଆଗଡିଆ ବାତ୍ୟା ଆଶ୍ରୟସ୍ଥଳିରେ ସରପଂଚ ପ୍ରତିନିଧି ଗୌରାଙ୍ଗ ଜେନା ସଭାପତିତ୍ୱ କରିଥିଲେ । ପରିଚାଳନା କମିଟି ସଂପାଦକ ଜୟନ୍ତ ଦେ, ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ତ୍ରିଲୋଚନା ଗିରି ଘଟଣାସ୍ଥଳରେ ପହଞ୍ଚି ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସେବା ଓ ଚିକିସôା ସଂପର୍କରେ ବୁଝାଇଥିଲେ । ଦମକାବାହିନୀ ପକ୍ଷରୁ ଉକ୍ତ ସ୍ଥାନମାନଙ୍କରେ ମକଡ୍ରିଲ କରାଯିବା ସହିତ ପ୍ରଶିକ୍ଷଣ ଦିଆଯାଇଥିଲା ।

Nalco
Leave A Reply