Odisha news

ଜଳେଶ୍ୱର : ରେଳ ଫାଟକ ନିକଟରୁ ଅଭିଯୁକ୍ତ ସହ ୧୦ଗ୍ରାମ ବ୍ରାଉନ୍ ସୁଗର ଜବତ୍

0

ଜଳେଶ୍ୱର : ଏକଦା କୋଲକତା ଫୁଟପାଥ୍ରେ ଉଠାଦୋକାନୀଭାବେ କାର୍ଯ୍ୟ କରୁଥିବା ସୁକୁମାର ଦାସଗୁପ୍ତ ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ସେକସରାଇ ରେଳ ଫାଟକ ନିକଟରେ ଏକ ବ୍ରାଉନ୍ସୁଗର ବ୍ୟବସାୟୀ ଭାବେ ପରିଚିତ । ଦୀର୍ଘବର୍ଷରୁ ସେ କୋଲକତାରୁ ଆସି ସେକସରାଇ ରେଳଫାଟକ ନିକଟ ପୂର୍ତ୍ତବିଭାଗ ଯାଗାରେ ଘର କରି ରହିଆସୁଥିଲା । ପୂର୍ବରୁ ମଦ, ଗଞ୍ଜେଇ, କାରବାର କରୁଥିବା ବେଳେ ଏବେ ଧଳ ଜହର ବ୍ୟବସାୟ କରୁଥିଲା ।

ଏ ସଂପର୍କରେ ଜାଣି ଗ୍ରାମବାସୀମାନେ ବାରମ୍ବାର ତାଗିଦ୍ କରିଥିଲେ । କିନ୍ତୁ ଏ ସବୁକୁ ସେ ହେୟଜ୍ଞାନ ମନେକରି ସବୁଦିନ ଧଳାଜହର ବ୍ୟବସାୟ କରି ଆସୁଥିଲା । ଆଜି ଜଣେ ଅଜଣା ବ୍ୟକ୍ତି ତାକୁ କିଛି ପୁଡିଆ ଦେଇ ଚାଲିଯିବାର ଜାଣି ଗ୍ରାମବାସୀମାନେ ଚଢାଉ କରିଥିଲେ । ତା ନିକଟରୁ ଧଳାଜହର ପୁଡିଆ ବାହାରିବାପରେ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଜଳେଶ୍ୱର ପୋଲିସ ଘଟଣାସ୍ଥଳକୁ ଯାଇ ୧୦ ଗ୍ରାମ ଓଜନର ଧଳ ଜହର ଜବତ୍ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି

Nalco

Leave A Reply