Odisha news

ମାକିଡ଼ିଆ ଫେରିଘାଟ୍ରେ ବଟି ଆଦାୟକୁ ନେଇ ଥାନାରେ ସରପଞ୍ଚଙ୍କ ଅଭିଯୋଗ

ଜଳେଶ୍ୱର-୦୯/୦୨-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ମାକିଡ଼ିଆ ଫେରିଘାଟ ନିଲାମ ହୋଇ ନଥିବା ସ୍ଥଳେ ଏଠାରେ ବେଆଇନ୍ ଭାବେ ଏକ କାଠପୋଲ ନିର୍ମାଣ କରାଯାଇ ବାଉଁଶ ଫାଟକ ବସାଯାଇ ଯାତାୟତ କରୁଥିବା ଜନସାଧାରଣଙ୍କ ଠାରୁ ବଟି ଆଦାୟ କରିବାରେ ଲାଗିଛନ୍ତି କିଛି ଦଲାଲ ପ୍ରକୃତିର ଅସାମାଜିକ ଯୁବକ । ଏହି ବେଆଇନ୍ କାର୍ଯ୍ୟକୁ ମାକିଡ଼ିଆ ର ସରପଂଚ ବଳରାମ ବର୍ଷାଳ ବିରୋଧ କରିବାରୁ ତାଙ୍କୁ ନାନାପ୍ରକାର ଧମକ ଚମକ ଦିଆଯାଉଛି ବୋଲି ସ୍ଥାନୀୟ ରାଇବଣିଆ ଥାନାରେ ମଂଗଳବାର ଏକ ଲିଖିତ ଅଭିଯୋଗ ହୋଇଛି । ସ୍ଥାନୀୟ ଅଂଚଳର ନୀରଜ କୁଇଲା ଓ ସପନ କୁଇଲା ନାମକ ଦୁଇ ଯୁବକ ଏହି ବେଆଇନ୍ କାର୍ଯ୍ୟରେ ସମ୍ପୃକ୍ତ ରହି ସରପଂଚ ବଳରାମଙ୍କୁ ଧମକ ଚମକ ଦେଇଥିବା ଉକ୍ତ ଲିଖିତ ଅଭିଯୋଗରେ ଉଲ୍ଲେଖ କରାଯାଇଛି । କିନ୍ତୁ ,ଏନେଇ ଥାନାରେ କୈାଣସି ଅଭିଯୋଗ ହୋଇ ନଥିବା ରାଇବଣିଆ ଥାନାଧିକାରୀ ଅଜୟ କୁମାର ମୁର୍ମୁ ପ୍ରକାଶ କରିଛନ୍ତି ।

IEC 2 years

Comments are closed.