ଯାଜପୁର, ତା ୨୩ା୦୩ ( ସ.ବ୍ୟୁ ): ଯାଜପୁରଟାଉନ ଓ ଯାଜପୁର ରୋଡକୁ ଲକ୍ଡାଉନ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେଣୁ ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଘରୁ ନ ବାହାରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅନୁରୋଧ କରିଛନ୍ତି । ରବିବାର ଜନତା କଫ୍ରୁ୍ୟ ଭଳି ଲକ୍ଡାଉନରେ ମଧ୍ୟ ଜନସାଧାରଣଙ୍କର ସହେଯାଗ ଜରୁରୀ ବୋଲି ଶ୍ରୀ ଦାସ ଧନ୍ୟବାଦ ଜଣାଇବା ସହ ନିବେଦନ ମଧ୍ୟ କରିଛନ୍ତି । ସୋମବାର ପୂର୍ବାହ୍ନରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ପରିବହନ ବିଭାଗ, ବାଣିଜ୍ୟ ପ୍ରତିଷ୍ଠାନର ପ୍ରତିନିଧି, ବସ ମାଲିକ ସଂଘ ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ସମଗ୍ର ବିଶ୍ୱ ପ୍ଧବ ବର୍ତ୍ତମାନର ସମୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଆମ ଜିଲ୍ଲାକୁ ବିଦେଶରୁ ଓ ବାହାର ରାଜ୍ୟରୁ ଅନେକ ଲୋକ ଫେରିଛନ୍ତି ଓ ଆସୁଛନ୍ତି ମଧ୍ୟ ।
ଏ ସମସ୍ତଙ୍କୁ ଚିକିତ୍ସା ସହ ସେମାନଙ୍କର ପଞ୍ଜିକରଣ ଓ କ୍ୱାରେନଟାଇନରେ ରହିବା ଜରୁରୀ । ସ୍ୱେଚ୍ଛାକୃତଭାବେ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ପଞ୍ଜିକରଣ ନକଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକ, ଖୋଲା ରହିବା ସହ ତାହାକୁ କ୍ରୟ ସମୟରେ ପରସ୍ପରଠାରୁ ଦୂରତା ରକ୍ଷା କରିବା , ଔଷଧ ଦୋକାନରେ ବା ଅନ୍ୟ ସ୍ଥାନରେ କିଛି କ୍ରୟ ସମୟରେ ମଧ୍ୟ ଦୂରତା ବଜାୟ ରଖିବା, ଯେତିକି ଆବଶ୍ୟକ ସେତିକି ସାମଗ୍ରୀ ନେବ, ଅଯଥା ଭୟଭୀତ ହୋଇ ଅଧିକ ଜିନିଷ ନିଜ ଘରମାନଙ୍କୁ ବୋହି ନ ନେବା , ମାଲ ପରିବହନ ଗାଡିଗୁଡିକୁ ପୋଲିସ ଓ ଆରଟିଓଙ୍କ ପକ୍ଷରୁ ନ ଅଟକାଇବା , ଜିଲ୍ଲା ମଧ୍ୟରେ ଓ ଜିଲ୍ଲା ବାହାରୁ ଯାତ୍ରୀବାହୀ ଗାଡି ଆସିଲେ ମଧ୍ୟ ସବୁ ସ୍ଥାନରେ ନ ଅଟକି ନିର୍ଦ୍ଧାରିତ ସ୍ଥାନରୁ ବାହାରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା, ବୟାପକ ସଚେତନତା ଦ୍ୱାରା ବାହାର ଯାତ୍ରୀମାନଙ୍କୁ ମେଡିକଲରେ ସୁରକ୍ଷା ପାଇଁ ପରାମର୍ଶ ଦେବା , ଅନ୍ୟ ରାଜ୍ୟର ଗାଡିକୁ ପ୍ରବେଶାଧିକାର ନ ଦେବା , ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରି କଳାବଜାରୀ ଓ ଚଢା ଦରରେ ବିକ୍ରି ନ ହେବ ସେଥିପ୍ରତି ଯୋଗାଣ ବିଭାଗ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।
ଯାଜପୁରଟାଉନ ଓ ଯାଜପୁରରୋଡ ସହର ସମେତ ସମଗ୍ର ଜିଲ୍ଲାକୁ ଲକ୍ଡାଉନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଯାଜପୁର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଜନତା କଫ୍ରୁ୍ୟରେ ଲକ୍ଡାଉନରେ ସହେଯାଗ କରିବା ଓ ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ, ଓଏସଡି କୁଳମଣି ନାୟକ, ସୁଦର୍ଶନ ମିଶ୍ର, ଯାଜପୁର ପୈାରନିର୍ବାହୀ ଅଧିକାରୀ ଅଦିନ୍ତ ମହାନ୍ତି, ଚଣ୍ଡିଖୋଲ ଆରଟିଓ ଲାଲମୋହନ ସେଠୀ, ଯାଜପୁର ଆରଟି ଶଚ୍ଚିନ୍ଦ୍ରନାଥ ପଣ୍ଡା, ସିଏସଓ ସୁରେନ୍ଦ୍ର ହୋତା, ବସ ମାଲିକ ସଂଘର ପ୍ରତିନିଧି, ବଣିକ ସଂଘ ପ୍ରତିନିଧି, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । (ଫଟୋ ଅଛି )