Odisha news

କରୋନା ମୁକାବିଲାରେ ଯାଜପୁର ବିଜୁ ଯୁବ ବାହିନୀ

0

ଯାଜପୁର, ୧୨/୦୫ :  କରୋନା ମହାମାରୀ ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଛନ୍ତି, ଜିଲ୍ଲାର ସମ୍ପୂର୍ଣ୍ଣ ତାଲାବନ୍ଧ ସମୟରେ ଯୁବ ବାହିନୀର ସ୍ୱେଚ୍ଛାସେବୀ ମାନେ ପ୍ରବାସୀ ଶ୍ରମିକ, ବୃଦ୍ଧ ବୃଦ୍ଧା, ଅସହାୟ ମାନଙ୍କୁ ପାଖରେ ପହଞ୍ଚô ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ, ଏଥି ସହିତ କରୋନାକୁ କିପରି ଦୂରେଇ ରଖିବା ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ ।

ମାସ୍କ ବ୍ୟବହାର ଓ ହାତ ଧୋଇବା ପ୍ରକି୍ରୟା ଏବଂ ସାମାଜିକ ବ୍ୟବାଧାନ ବଜାୟ ରଖିବା, ସ୍ୱଚ୍ଛତା ରକ୍ଷାକରିବା ସମ୍ପର୍କରେ ସଚେତନ ସୃଷ୍ଟି କରାଯାଇଛି । ଏହା ଛଡ଼ା ଗାଈ ଗୋରୁ, କୁକୁର, ମାଙ୍କଡ଼ ମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ବିଭିନ୍ନ ପଞ୍ଚାୟତରେ ସଙ୍ଗରୋଧ ଶିବିରରେ ଯୁବ ବାହିନୀର ସ୍ୱେଚ୍ଛାସେବୀ ଓ ସଦସ୍ୟମାନେ ନିୟୋଜିତ ହୋଇଛନ୍ତି । ପ୍ରକାଶ ଥାଉକି, ଜିଲ୍ଲା ଯୁବ ବାହିନୀର ପ୍ରକଳ୍ପ ପରି·ଳନା କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୭୫୦୦ ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶା ସରକାରଙ୍କ କୋଭିଡ଼୍ ସଂଗ୍ରାମୀ ପୋର୍ଟାଲରେ ବିଜୁ ଯୁବ ବାହିନୀର ସଦସ୍ୟମାନେ କୋଭିଡ଼ ସଂଗ୍ରାମୀଭାବେ ପଞ୍ଜିକୃତ କରିଛନ୍ତି, ଏହାର ପ୍ରଥମ ପର୍ଯ୍ୟାୟ ଅନଲାଇନ ତାଲିକ ଆସନ୍ତା ତା ୧୫/୦୫/୨୦୨୦ ରେ ଅନୁଷ୍ଠିତ ହେବ, ଯୁବ ବାହିନୀର ଏହିପରି କାର୍ଯ୍ୟକୁ ଜିଲ୍ଲାବାସୀ ଭୁରିୟସୀ ପ୍ରଶଂସା କରାଯାଇଛି ।

Govt
Leave A Reply