ଯାଜପୁର: ୧୫/୦୮ : ଯେଜପୁର ତଥା ବିଜୁଜନତା ଦଳରର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଜାତୀୟସ୍ତରରେ ଶ୍ରେଷ୍ଠ ଜଣ ବିଧାୟକଙ୍କ ଭିତରେ ସ୍ଥାନ ପାଇଛନ୍ତି, ଯେ ନିଜର ନିଷ୍ଠା, ପରିଶ୍ରମ, ବିକାଶ ମୂଳକ କାର୍ଯ୍ୟପନ୍ଥା, ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ସବୁବେଳେ ଚେଷ୍ଟିତ ଥିବା ବବି ଆଜି ଜାତୀୟ ସ୍ତରରେ ପରିଚିତ ହୋଇପାରିଛନ୍ତି, ଫ୍ରେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ସାରା ଦେଶର ବିଧାୟକମାନଙ୍କୁ ନେଇ କରାଯାଇଥିବା ସର୍ଭେରେ ଶ୍ରେଷ୍ଠ ପ·ଶ ବିଧାୟକଙ୍କ ତାଲିକାରେ ଯାଜପୁର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ସ୍ଥାନ ପାଇଛି ।
ଏହା ଯାଜପୁର ସମେତ ସାରା ଓଡ଼ିଶାର ନାମକୁ ଜାତୀୟ ସ୍ତରରେ ଉଚ୍ଚା କରାଯାଇଛି । ବିଧାୟକ ମାନଙ୍କ କାର୍ଯ୍ୟ ଦକ୍ଷତା, ଲୋକସମ୍ପର୍କ, ବିଧାୟନସଭାରେ ବିତର୍କରେ ଯାଗାଯୋଗର ସମ୍ଭାବ୍ୟ ଆଦି ମାନଦଣ୍ଡକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଅଛି । ଦେଶରେ ୪୧୨୩ ବିଧାୟକ ଭିତରୁ ଶ୍ରେଷ୍ଠ ୫୦ ଜଣ ବିଧାୟକଙ୍କୁ ବଛା ଯାଇଅଛି ।
ଆଉ ଏହି ତାଲିକାରେ ଇଣ୍ଟେଣ୍ଟ କ୍ଷେତ୍ରରେ ସ୍ଥାନ ପାଇଛନ୍ତି ବିଜୁଜନତା ଦଳର ପ୍ରଭାବ ଶାଳୀ ଓ କ୍ଷମତା ଶାଳୀ ବିଧାୟକ ପ୍ରଣବ ୨୦୦୯ ମସିହାରୁ ଯାଜପୁର ନିର୍ବାଚନ ମଣ୍ଡଳୀରୁ ଲଗାତାର ଭାବେ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଆସୁଛନ୍ତି । ନୂତନ ଯାଜପୁରର ବିନ୍ଧାଣିଭାବେ ପରିଚିତ, ପ୍ରଣବ ନିଜ କାର୍ଯ୍ୟଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଯାଜପୁର ଜିଲ୍ଲାକୁ ବିକଶିତ ଭାବେ ପରିଣତ କରିବାରେ ଅବା ନୂତନ ଓଡ଼ିଶା ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ ଦେଖିଥିବା ସ୍ୱପ୍ନ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ପୁରା ଜିଲ୍ଲାକୁ ସାମୁହିକ ବିକାଶକରିବାରେ ତାଙ୍କର ଦୃଢ଼ ନେତୃତ୍ୱ ପ୍ରତିପାଦନ କରିଛନ୍ତି ।
ସେ ପୁରା ଜିଲ୍ଲାର ବିକାଶ ପୁରୁଷ ଭାବେ ପରିଚିତ ହୋଇଛନ୍ତି । କୁସୁମା ପୁଷ୍କରିଣୀକୁ ଜାତୀୟ ସ୍ତରରେ ପର୍ଯ୍ୟଟନ ମାନ୍ୟତା ଦେବା ପାଇଁ ନୂଆ ରୂପ ଦେବା । ଯାଜପୁର ରିଙ୍ଗ ରୋଡ଼ କରି ରାସ୍ତା ପ୍ରଶସ୍ତ କରିବା, ଦଶାଶ୍ୱଘାଟର ବିକାଶ, ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା, ପାର୍କ ନିର୍ମାଣ, ନୂତନ ବସ ଷ୍ଟାଣ୍ଡ କରିବା, ମେଡ଼ିକାଲ କଲେଜ ନିର୍ମାଣ, ବିରଜା କ୍ଷେତ୍ରକୁ ରେଳ ସଂଯୋଗ ପାଇଁ ଉଦ୍ୟମ, ନରସିଂହ ଚୌଧୁରୀ ମହାବିଦ୍ୟାଳୟର ନୂତନ ଭିତ୍ତିଭୂମି ପାଇଁ ଅର୍ଥ ମଞ୍ଜୁରୀ ଭଳି ବହୁ ବିକାଶ ମୁଳକ କାର୍ଯ୍ୟ ୧୫ ବର୍ଷ ଭିତରେ ଯାଜପୁରର ରୂପରେଖ ବଦଳାଇବାରେ ପ୍ରଣବଙ୍କ ନେତୃତ୍ୱ ସାରା ଦେଶରେ ଚର୍ଚ୍ଚାକୁ ଆସିଛି । ଯାଜପୁର ସମେତ ସଂମ୍ପୂର୍ଣ୍ଣ ଓଡ଼ିଶାରେ ରକ୍ତ ଅଭାବ ଦୂର କରିବା ପାଇଁ ଅଶୋକ ଦାସ ଫାଉଣ୍ଡେସନ କରି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ସବୁଜ ଓଡ଼ିଶା ଗଠନ ଓ ବିଜୁଜନତା ଦଳ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ । ବର୍ତ୍ତମାନର ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରଶାସକ କୁହନ୍ତ କି ଅଶୋକ ଦାସ ଫାଉଣ୍ଡେସନର ସଭାପତି ସବ୍ୟସାଚୀ ମହାପାତ୍ର, ଯାଜପୁର ପୂର୍ବତନ ନଗର ପାଳ ଭବ ପ୍ରସାଦ ଦାସଙ୍କ ଭଳି ସଂଗଠନକ ମାନଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବା ଶୈଳୀ ନିଆରା । ନିଜ ଜୀବନକୁ ଲୋକଙ୍କ ପାଇଁ ଉତ୍ସର୍ଗ କରି ସାରା ଦେଶରେ ଆଜି ଶ୍ରେଷ୍ଠ ୫୦ ବିଧାୟକଙ୍କ ଭିତରେ ସ୍ଥାନ ପାଇଛନ୍ତି ।
